ମଦ ବେପାରୀଙ୍କୁ ମାଡ଼ ମାରି ସସ୍‌ପେଣ୍ଡ୍ ଏସ୍‌ଆଇ ଏବେ ଅସହାୟଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା

ମୋହନା, (ଅଂଶୁମାନ ପଣ୍ଡା): ଗତ କିଛି ଦିନ ତଳେ ମୋହନା ଅଂଚଳର ଜଣେ ପୋଲିସ ଏସ୍‌ଆଇ ଲକ୍‌ଡ଼ାଉନ୍ ସମୟରେ ଦୁଇ ଯୁବକଙ୍କୁ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍ ହେବା ପରେ ଏହି ଭିଡ଼ିଓ ଯେତେବେଳେ ଗଞ୍ଜାମ ଏସ୍‌ପି ବ୍ରିଜେସ ରାୟଙ୍କ ପାଖରେ ପହଂଚି ଥିଲା ତେବେ ସେ ଉକ୍ତ ପାଟପୁର ଥାନା ପୁଡ଼ାମାରି ଫାଣ୍ଡି ଅଧିକାରୀ ତଥା ଏଏସ୍‌ଆଇ ସୀମାଂଚଳ ଜେନାଙ୍କୁ ସସ୍‌ପେଣ୍ଡ୍ କରିଥିଲେ । ବାସ୍ତବରେ ଏହା ଅତି ବିଡ଼ମ୍ବନାର ବିଷୟ ଯେ, ଏସ୍‌ପି ସାହେବ ପ୍ରକୃତ ଘଟଣାକୁ ନବୁଝି ସଂଗେ ସଂଗେ ଉକ୍ତ ଭିଡ଼ିଓ ଭିଜୁଆଲ୍‌କୁ ଆଧାର କରି ଏଏସ୍‌ଆଇ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଘଟଣା ଏପରି ଥିଲା ଯେ, କରୋନାରେ ଲକ୍‌ଡ଼ାଉନ୍ ସମୟରେ ଦୁଇ ଯୁବକ ଯିଏକି ସେଠାରେ ପରିବା ଆଣିବା ବାହାନା କରି ବୁଲି ବୁଲି ମଦ ବେପାର ଚଳାଇଥିଳେ ଉକ୍ତ ସମୟରେ ସେଠାରେ ଏଏସ୍‌ଆଇ ଜେନା ପହଂଚିବା ପରେ ସେମାନେ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଶ୍ରୀ ଜେନା ଆକଟ କରିଥିଲେ । ପ୍ରକୃତରେ ଲକ୍‌ଡ଼ାଉନ୍ ସମୟରେ ଏପରି ମଦ ବେପାର କରିବା କେତେଦୂର ଠିକ୍ ଅଟେ । ତାଙ୍କୁ ସସ୍‌ପେଣ୍ଡ୍ କରାଯାଇ ତାଙ୍କ ଅନ୍ୟାୟ କରାଯାଇଛି ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ସସ୍‌ପେଣ୍ଡ୍ ହୋଇସାରିଥିଲେ ମଧ୍ୟ ଏହି ଦୁଖଃଦ ସମୟରେ ଅସହାୟ ବେସାହାରାଙ୍କୁ ସାହାର୍ଯ୍ୟ କରି ସେମାନଙ୍କ ଅନ୍ନଦାତା ପାଲଟିଛନ୍ତି । ତେଣୁ ଏପରି ଜଣେ ବ୍ୟକ୍ତିତ୍ୱ ପ୍ରତି ଅନ୍ୟାୟ ହୋଇଥିବା ଅଂଚଳବାସୀ କହିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ପୁନଃନିଯୁକ୍ତି ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ