କୋଭିଡ ମୁକାବିଲାରେ ଭାରତୀୟ ବାୟୁସେନାର ସହଯୋଗ

ନୂଆଦିଲ୍ଲୀ : ସମ୍ପ୍ରତି ଭାରତ ସରକାର ନୋଭେଲ କରୋନା ଭୂତାଣୁ ମହାମାରୀର ମୁକାବିଲା କରୁଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ଏହି ସଂକ୍ରାମକ ରୋଗର ପ୍ରଭାବୀ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଓ ସହାୟକ ସଂସ୍ଥାଗୁଡ଼ିକୁ ସହାୟତା କରିବା ଲାଗି ବାୟୁ ସେନା ପକ୍ଷରୁ ଦେଶ ଭିତରେ ଜରୁରି ଔଷଧ, ରାସନ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପରିବହନ କରାଯାଉଛି। ୨୫ ଏପ୍ରିଲ, ୨୦୨୦ରେ ଭାରତୀୟ ବାୟୁସେନା କୋଭିଡ-୧୯ ମୁକାବିଲା ନିମନ୍ତେ ୨୨ଟନ ଚିକିତ୍ସା ସାମଗ୍ରୀ ନେଇ ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ପହଞ୍ଚିଥିଲା। ମିଜୋରାମ ଓ ମେଘାଳୟ ସରକାରଙ୍କ ସହାୟତା ପାଇଁ ଏହି ସାମଗ୍ରୀ ବିମାନ ଯୋଗେ ପରିବହନ କରାଯାଇଥିଲା। ଆଜିସୁଦ୍ଧା, ଭାରତୀୟ ବାୟୁସେନା ଆନୁମାନିକ ୬୦୦ ଟନ ଚିକିତ୍ସା ସରଞ୍ଜାମ ଓ ସହାୟକ ସାମଗ୍ରୀ ପରିବହନ କରିସାରିଛି। ସହାୟତା ନିମନ୍ତେ କୁଏତ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯିବା ପରେ ସଶସ୍ତ୍ର ସେନା ଚିକିତ୍ସା ସେବା (ଏଏଫଏମଏସ) ଜରୁରିକାଳୀନ ସହାୟତା ବିଭାଗର ଏକ ୧୫ ଜଣିଆ ଟିମ ୧୧ ଏପ୍ରିଲ ୨୦୨୦ରେ କୁଏତ ଯାଇଥିଲା। ଏମାନେ ସେଠାରେ କାର‌୍ୟ୍ୟ ସମ୍ପାଦନ କରିସାରିବା ପରେ ୨୫ ଏପ୍ରିଲ ୨୦୨୦ରେ ଭାରତୀୟ ବାୟୁସେନାର ସି-୧୩୦ ବିମାନ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଥିଲା। ଫେରିବା ସମୟରେ କର୍କଟ ପୀଡ଼ିତ ଜଣେ ୬ ବର୍ଷର ଝିଅକୁ ଜରୁରି ଚିକିତ୍ସା ନିମନ୍ତେ ତାଙ୍କ ପିତାଙ୍କ ସହିତ ଭାରତ ଅଣାଯାଇଥିଲା। ଭାରତୀୟ ବାୟୁସେନା ନିଜର କାର‌୍ୟ୍ୟସ୍ଥଳୀରେ ଭାରତ ସରକାରଙ୍କ ଦ୍ବାରା ଜାରି ସାମାଜିକ ଦୂରତା ଅବଲମ୍ବନ କରି ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଜରୁରି ପଦକ୍ଷେପ ଗ୍ରହଣ କରୁଛି । ସଂକ୍ରାମକ ରୋଗକୁ ପ୍ରତିହତ କରିବା ଲାଗି ସାରା ଦେଶ ବ୍ୟାପକ ପଦକ୍ଷେପ ନେଉଥିବା ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପେସାଦାର ଢଙ୍ଗରେ ସମସ୍ତ ଆବଶ୍ୟକ ସହାୟତା ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ