ସୌରା ଆଦିବାସୀ ଅଞ୍ଚଳରେ ଯଶୋଦା ଫାଉଣ୍ଡେସନ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଗଞ୍ଜାମ, (ୱାଇଏନ୍ଏସ୍): ଲକଡାଉନ ଯୋଗୁ ଖାଇବାକୁ ନ ପାଇ ଦିନକାଟୁଥିବା ସୋରାଆଦିବାସୀ ଅଞ୍ଚଳରେ ଯଶୋଦା ଫାଉଣ୍ଡେସନ ନିଜ ସୂତ୍ରରୁ ଓ ସଂଗୃହିତ ପାଣ୍ଠିରୁ ଏବଂ କଲିକତାର ଲିଲି ଫାଉଣ୍ଡେସନ ଓ ଯୋଗେଶ୍ୱର ପ୍ରସାଦ ସରକାରଙ୍କ ସହଯୋଗରେ କୋଡିଏ ଟି ଗ୍ରାମରେ ଖାଦ୍ୟପେୟ ସାମଗ୍ରୀ ବଣ୍ଟନ କରାଯାଇଛି ।ଛତ୍ରପୁର ସବଡିବିଜନ ଅନ୍ତର୍ଗତ ବେଗୁନିଆପଡା ବ୍ଳକର ପ୍ରମୁଖ କୋଡିଏ ଟି ଗ୍ରାମ ଦେବବଣିଆ, ନୂଆସାହି, ଯାନୀବିଲ, ବଇଦିପଡା, କରଣ୍ଡାଗଡ଼, ବିଞ୍ଚା, ପୋଡାପଡ଼ା, ମାରାଣ୍ଡ, ତଳଖୋଳା, ଧୋବାଖାଲ, ମନ୍ତିସାହି, ରାଇପଡା, ବାୟାସାହି, ତେଲିମାଳ, ଚଞ୍ଚରା, ବିରସାହି, ଗମଣ୍ଡ, ସୋରଡ଼ା ପଲ୍ଲୀ, ଦଳିଆସାହି, ଟାଭବଣିଆ, ପ୍ରମୁଖ ଗ୍ରାମର ୧୭୫ ପରିବାରକୁ ଶୁଖିଲା ଖାଦ୍ୟପେୟ ସାମଗ୍ରୀ ଚାଉଳ, ତେଲ, ପିଆଜ,ଆଳୁ, ସୋୟାବିନ ବଢି, ଫୁଟଣ ସାମଗ୍ରୀ , ଏକ ସପ୍ତାହ ପାଇଁ ବଣ୍ଟନ କରାଯାଇଥିଲା । ଟିମଲିଡ଼ର ମଙ୍ଗରାଜପଣ୍ଡା ଙ୍କ ତ୍ବତାବଧନରେ ରମେଶ ଚନ୍ଦ୍ର ଶବର, ସୁବାଷ ଚନ୍ଦ୍ର ଶବର, ବଣ୍ଟନ କରିଥିଲେ । ଏହି ସମୟ ସମଦୁରତା ରକ୍ଷାକରାଯିବା ସହ ମାସ୍କ ପ୍ରଦାନ କରାଯାଇଥିଲା । ଲିଲି ଫାଉଣ୍ଡେସନ ୧୦୦, ଯୋଗେଶ୍ୱର ପ୍ରସାଦ ସରକାର ୨୦, ଯଶୋଦା ଫାଉଣ୍ଡେସନ୫୫ ପରିବାରକୁ ଖାଦ୍ୟପେୟ ସାମଗ୍ରୀ ପ୍ରଦାନ କରିଥିଲେ ।