ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜେଏସ୍ଡବ୍ଳ୍ୟୁ ସିକ୍ୟୁରିଟ୍ଗାର୍ଡଙ୍କ ଦାଦାଗିରୀ
ପାରାଦ୍ୱୀପ,(ପିତବାସ ପ୍ରଧାନ):ସମଗ୍ର ଦେଶ କରୋନା ଭୟଙ୍କର ସ୍ଥିତି ରେ ଚାଲିଥିବା ବେଳେ ଦେଶରେ ପଣ୍ୟ କାରବାର କରୁଥିବା ଡ୍ରାଇଭର ମାନଙ୍କୁ ସୁରକ୍ଷା ଦେବାପାଇଁ ଉଭୟେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ବିଡମ୍ବନା ର କଥା ପାରାଦ୍ୱୀପ କୁ ପଣ୍ୟନେଇ ଆସିଥିବା ଭୁବନେଶ୍ୱର ର ଜନୈକ ଟ୍ରକ୍ ମାଲିକ ଓ ତାଙ୍କ ଡ୍ରାଇଭର ଙ୍କୁ ପାରାଦ୍ୱୀପ ରେ ମାଡ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଘଟଣାରୁ ପ୍ରକାଶଯେ, ଗତ ବୁଧବାର ଦିନ ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆଇରନଓର୍ ଖଲାସ କରିବା ପାଇଁ ଓଡି-୦୪-ଏନ୍-୪୩୩୧ ଟ୍ରକ୍ ଆସିଥିଲା । ଖାଲାସ କରି ସରିବା ପରେ ଫେରୁଥିବା ବେଳେ ବନ୍ଦର ମଧ୍ୟରେ ଥିବା ଜେ.ଏସ୍.ଡବ୍ଳ୍ୟୁ ସଂସ୍ଥାର ସିକ୍ୟୁରିଟ୍ ଗାର୍ଡ ଏହି ଟ୍ରକ୍କୁ ଅଟକାଇ ଥିଲେ । ଟ୍ରକ୍ ର ମାଲିକ ମିଟୁ ଭୂୟାଁ ଓ ଡ୍ରାଇଭର ଏସ୍.କେ. ଜମାଲଉଦ୍ଦିନ ଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାତ୍ନକ ଆକ୍ରମଣ କରିଥିଲେ । ଉଭୟେ ଟ୍ରକ୍ ମାଲିକ ଓ ଡ୍ରାଇଭର ସିକ୍ୟୁରିଟି ଗାର୍ଡଙ୍କୁ କାରଣ ପଚାରିବାରୁ ପୁନଶ୍ଚ ମାଡ ମାରିଥିଲେ ସଂପୃକ୍ତ ସଂସ୍ଥାର ସିକ୍ୟୁରିଟ୍ ଗାର୍ଡ । ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିବା ସିକ୍ୟୁରିଟ୍ ଗାର୍ଡ ପୁଣି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ମାଡ ମାରିବା ଓ ଗାଳି ଗୁଲଜ କରିବା ଘଟଣାକୁ ପାରାଦ୍ୱୀପ ଅଞ୍ଚଳର ଅନ୍ୟ ଗାଡି ମାଲିକମାନେ ଦୃଢନିନ୍ଦା କରିଛନ୍ତି । ଏଘଟଣାପରେ ଗୁରୁବାର ଦିନ ଉଭୟେ ଗାଡିମାଲିକ ମିଟୁ ଭୂୟାଁ ଓ ତାଙ୍କ ଡ୍ରାଇଭର ପାରାଦ୍ୱୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।


