ତ୍ରିପୁରାରେ ପୁଣି ବ୍ୟାପିଲା କରୋନା

ତ୍ରିପୁରା : କରୋନା ମୁକ୍ତ ହୋଇଥିବା ତ୍ରିପୁରା ରାଜ୍ୟରେ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ତ୍ରିପୁରାର ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ)ର ୧୨ ଯବାନ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଯବାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସମସ୍ତ ଯବାନ୍‌ ୧୩୮ତମ ୟୁନିଟ୍‌ର । ଅମ୍ବାସାରେ ଏହି ୟୁନିଟ୍‌ ନିୟୋଜିତ ରହିଥିଲେ । ଦୁଇଦିନ ପୂର୍ବରୁ ଦୁଇ ଯବାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏପର୍ଯ୍ୟନ୍ତ ୧୪ ଜଣ କରୋନା ଭାଇରସରେ ସଂକ୍ରମିତ ହେଲେଣି । ସଂକ୍ରମିତ ୧୪ ଯବାନ୍‌ଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ତ୍ରିପୁରାର ପ୍ରଥମ କରୋନା ମାମଲା ଅପ୍ରେଲ୍‌ ୬ ତାରିଖକୁ ଆସିଥିଲା । ସେହିପରି ଦ୍ବିତୀୟ କରୋନା ପଜିଟିଭ୍‌ ଅପ୍ରେଲ୍‌ ୧୬ରେ ମିଳିଥିଲା । ତ୍ରିପୁରାର ଷ୍ଟେଟ୍‌ ରାଇଫଲ୍ସର ଜଣେ ଯବାନଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ତେବେ ଯବାନ୍‌ ଜଣକ ସୁସ୍ଥ ହୋଇ ହସ୍ପିଟାଲ ଡିସ୍‌ଚାର୍ଜ ହୋଇଥିଲେ । ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ୍‌ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ତ୍ରିପୁରାରେ ମୋଟ୍‌ କରୋନା ସଂକ୍ରମିତଙ୍କସଂଖ୍ୟା ୧୬ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, ୨୫ ଅପ୍ରେଲ୍‌ଙ୍କୁ ବିପ୍ଳବ କୁମାର ଦେବ ତ୍ରିପୁରାକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷିତ କରିଥିଲେ । କିନ୍ତୁ ଗତ ୨୪ ଘଣ୍ଟାରେ ରେ ମୋଟ୍‌ ୧୪ ନୂଆ ମାମଲା ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ