ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡ କୁ ଆର୍ଥିକ ସହାୟତା
ପାରାଦ୍ଵୀପ,(ପିତବାସ ପ୍ରଧାନ):ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ପୌରପରିଷଦ ଅନ୍ତର୍ଗତ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ କରୋନାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ଏହି ଚେକ୍ ପାରାଦ୍ୱୀପ ର ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ପାରାଦ୍ୱୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀ ସଚିତ୍ର କୁମାର ରାଉତ ପ୍ରଦାନ କରିଥିଲାବେଳେ ଟ୍ରଷ୍ଟର ସେକ୍ରେଟାରୀ ଶ୍ରୀ ସ୍ୟୋମ୍ୟକାନ୍ତ ମହାନ୍ତି, ଆଡଭାଇଜର ଆଡଭୋକେଟ ଶ୍ରୀ ସୁରେଶ ଚନ୍ଦ୍ର ଦାସ ଓ ସଦସ୍ୟ ଶ୍ରୀ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ମହାମାରୀ କରୋନା ଅବସରରେ ଟ୍ରଷ୍ଟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଓ ଜନସାଧାରଣମାନେ ଉଚ୍ଚ ପ୍ରଶଂସା କରିଛନ୍ତି।


