ବଲାଙ୍ଗିର ଜୁନିୟର ରେଡ଼କ୍ରସକୁ ଶ୍ରେଷ୍ଠ ଜେ.ଆର.ସି ଜିଲ୍ଲା ଭାବେ ପୁରସ୍କୃତ
ବଲାଙ୍ଗିର ,(ଯୁଗାବ୍ଦ ନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ରାଜଭବନ ଠାରେ ଓଡିଶାର ରାଜ୍ୟପାଳ ମହାମହିମ ଗଣେଷି ଲାଲ ଆୟୋଜିତ ଏକ ଭବ୍ୟ ସମାରୋହରେ ବଲାଙ୍ଗିର ଜିଲ୍ଲାକୁ ସେବା ତଥା ସଚେତନତାମୂଳକ କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ଜୁନିୟର ରେଡକ୍ରସ ଜିଲ୍ଲା ଭାବେ ଟ. ୧୦୦୦/-ରାଶିର ଚ୍ୟାକ୍, ଟ୍ରଫି ଓ ପ୍ରମାଣପତ୍ର ଦେଇ ସମ୍ମାନୀତ କରିଥିଲେ । ଏହା ସହ ପୃଥ୍ୱୀରାଜ ହାଇସ୍କୁଲ ର ଜୁନିୟର ମହମ୍ମଦ ମୁର୍ତୁଜା ଖାନ୍ ରାଜ୍ୟର ଶ୍ରେଷ୍ଠ ଜୁନିୟର ଭାବେ ପୁରସ୍କୃତ ହୋଇଥିଲେ । ଉକ୍ତ ସମାରୋହରେ ସାମିଲ ହେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡ଼ା, ପରାମର୍ଶଦାତା ତଥା ସାଧନକର୍ମୀ ବିକାଶ ରଞ୍ଜନ ସାହୁ ରାଜଭବନକୁ ଯାଇଥିଲେ ।