ଫେରିଲେ ସୁରତ ଓ କେରଳରୁ ପ୍ରବାସୀ ଓଡିଆ

ବନ୍ତ (ଚାନ୍ଦିନୀ ମହାନ୍ତି) : ସାରା ଦେଶ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡିଆ ମାନେ ଲକ୍ ଡାଉନ୍ କଟକଣା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାମଧନ୍ଦା ନପାଇ ଭୋକ ଉପାସରେ ଦିନକାଟୁଥିବା ବେଳେ ରାଜ୍ୟ ସରକାର ସମସ୍ତ ପ୍ରବାସୀ ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଘରକୁ ଫେରିବା ପାଇଁ ସମସ୍ତ ପ୍ରବାସୀ ମାନଙ୍କୁ ପଞ୍ଜୀକରଣ କରିବା ପାଇଁ ବାଧ୍ୟତା ମୂଳକ କରାଯାଇଥିଲା । ସମସ୍ତ ପ୍ରବାସୀ ମାନେ ନିଜସ୍ୱ ଖର୍ଚ୍ଚରେ ବସ୍ କିମ୍ବା ଟ୍ରେନ୍ ଯୋଗେ ଘରକୁ ଫେରୁଥିବାର ଦେଖାଯାଇଛି । ଗତ ଶନିବାର ଠାରୁ ସୋମବାର ଅପରାହ୍ନ ସୁଦ୍ଧା ବନ୍ତ ବ୍ଲକରେ ମୋଟ ୨୩ ଜଣ ପ୍ରବାସୀ ଓଡିଆ ସୁରତ, କେରଳ ସମେତ ବିଭିନ୍ନ ରାଜ୍ୟରୁ ଘରକୁ ଫେରିଥିବାର ଦେଖାଯାଇଛି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ବସ୍ ଯୋଗେ ନିଜ ପଞ୍ଚାୟତକୁ ଅଣାଯାଇ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ