ମା’ମଙ୍ଗଳା ମହିଳା ଏସଏଚଜି ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କପାଳେଶ୍ୱର ପଂଚାୟତରେ ଅସହାୟ, ଦୁସ୍ଥ, ନିରାଶ୍ରୟ ଓ ପ୍ରବାସୀମାନଙ୍କୁ ହଳଦିଡିହ – ଗରୁଆଳର ମା’ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ କରୋନା ସଂକ୍ରମଣ ପାଇଁ ଜିଲ୍ଲାରେ ଲକଡାଉନ ଜାରି ରହିଥିବା ଯୋଗୁଁ ରନ୍ଧା ଓ ଶୁଖିଲା ଖାଦ୍ୟ ବୀତରଣ କରାଯାଉଛି । ସରକାରୀ ନିର୍ଦେଶ ଅନୁଯାଇ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂଙ୍କ ପରାମର୍ଶ ଓ କପାଳେଶ୍ୱର ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଗୋଷ୍ଠିର ମହିଳା ସଦସ୍ୟାମାନେ ରନ୍ଧା ଖାଦ୍ୟ ନିଜେ ପ୍ରସ୍ତୁତ କରି ଏବଂ ଶୁଖିଲା ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ପଂଚାୟତର ବିଭିନ୍ନ ଗ୍ରାମରେ ଥିବା ଅସହାୟ, ଦୁସ୍ଥ, ନିରାଶ୍ରୟ ଓ ପ୍ରବାସୀମାନଙ୍କୁ ପ୍ରତ୍ୟେକ ଦିନ ଯୋଗାଇ ଦେଉଛନ୍ତି । ଗୋଷ୍ଠିର ସଦସ୍ୟା ବାସନ୍ତୀ ମହାନ୍ତି, ରଜନୀବାଳା ଥାଟୋଇ, ଅନିତା ନାୟକ, ମମତା ନାୟକ, ଗାୟତ୍ରୀ ମହାନ୍ତି, ମଞ୍ଜୁଲତା ସ୍ୱାଇଁ, ପାର୍ବତୀ ସ୍ୱାଇଁ, ସୁମିତ୍ରା ସ୍ୱାଇଁ, ପ୍ରମିଳା ନାୟକ, କବିତା ସ୍ୱାଇଁ, ପ୍ରଜ୍ଞାପରମିତା ପରିଡା ଓ କୁଞ୍ଜଲତା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ