ଭରତପୁର ପଂଚାୟତରେ ମନରେଗା କାର୍ଯ୍ୟ ଆରମ୍ଭ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭରତପୁର ପଂଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ ରୋଜଗାର ଯୋଜନାରେ (ଏମ.ଜି.ଏନ.ଆର.ଇ.ଜି.ଏସ.) ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯାଇଛି । କରୋନା ଲକଡାଉନ ଯୋଗୁଁ ମୁଲ ନଲାଗି ପାରିବାରୁ ରୋଜଗାର ହରାଇଥିବା ଦିନମଜୁରିଆଙ୍କୁ କାମ ଯୋଗାଇ ଦେଇ ରୋଜଗାରକ୍ଷମ କରିବା ଉଦେଶ୍ୟରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଏହି ଯୋଜନାରେ ପଂଚାୟତର ବିଭିନ୍ନ ଗ୍ରାମରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ପଂଚାୟତର ଜଗନ୍ନାଥପୁର ଗ୍ରାମରେ ୩ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ପୋଖରୀ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟସ୍ଥଳକୁ ବିଡିଓ ସୁଧିର କୁମାର ସ୍ୱାଇଁ ଓ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ ପ୍ରମୁଖ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ପରବର୍ତ୍ତୀ ପର୍ଯ୍ୟାୟରେ ପଂଚାୟତର ଭରତପୁର ଗ୍ରାମର ଖଜିରିଆ ଠାରେ ଏକ ପୋଖରୀ ଖୋଳା କାର୍ଯ୍ୟ ଏବଂ ଜଗନ୍ନାଥପୁର ଗ୍ରାମର କୃପାନନା ସମାଧି ମନ୍ଦିର ଠାରୁ ଦେବ ରାଉତଙ୍କ ଘର ପର୍ଯ୍ୟନ୍ତ ଏକ ମାଟି ରାସ୍ତା କାର୍ଯ୍ୟ ଏହି ଯୋଜନାରେ ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ସରପଂଚ ଶ୍ରୀମତୀ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ