କୁଲେଇଶିଳା ‘ସଙ୍ଗରୋଧ ‘ଗୃହରେ ଥିବା ୨୦ ଅସହାୟଙ୍କୁ ବିଧାୟକଙ୍କ ରେସନ କିଟ୍ ପ୍ରଦାନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀକରୋନା’ ପାଇଁ ସରକାର ଦିର୍ଘ ୪୦ଦିନରୁ ଉର୍ଦ୍ଧ୍ବ ହେଲାଣି ଲକ୍ ଡାଉନ୍ ଜାରି ରଖିଛନ୍ତି ।ଲକ୍ ଡାଉନ୍ରେ ଯେଭଳି ଅସହାୟ,ଭୂମିହୀନ,ଅଜଣା,ପାଗଳା,ପାଗଳି,ବାହାର ଶ୍ରମିକ,ଅସହାୟ ଲୋକ ଯେଭଳି ହଇରାଣ ହରଖତ ନ ହୁଅନ୍ତି,ଖାଇବା ପାଇଁ ଡହଳ ବିକଳ ନ ହୁଅନ୍ତି ସେଥିପାଇଁ ପ୍ରତି ପଞ୍ଚାୟତରେ ଆଵଶ୍ୟକତା
ଲଖ୍ୟ କରି ସଙ୍ଗରୋଧ କେନ୍ଦ୍ର ଖୋଲିଛନ୍ତି ।ସେଠାରେ ରହିବା,ଖାଇବା ପଞ୍ଚାୟତ ତରଫରୁ କରାଯିବ ବୋଲି ସରକାର କଡା ନିର୍ଦେଶ ଦେଇଛନ୍ତି ।ସରକାରଙ୍କ ତରଫରୁ ସବୁକିଛି ସହାୟତା ଦେବା ବ୍ୟବସ୍ଥା କରାଯାଇଛି।ମୟରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର କୁଲେଇଶିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି ।ସେଠାରେ ରହୁଥିବା ୨୦ରୁ ଉର୍ଦ୍ଧ୍ବ ଅସହାୟ ଲୋକଙ୍କୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ,ବିଧାୟକ ପ୍ରତିନିଧି କିଶୋର ରଜକ ପ୍ରମୁଖ ପହଞି ଚାଉଳ,ଚିନି,ଡାଲି,ଲୁଣ,ଚୁଡାର ଏକ କିଟ୍ ପ୍ରଦାନ କରିଥିଲେ ସେମାନଙ୍କୁ ସଙ୍ଗ୍ରରୋଧ କେନ୍ଦ୍ରର ପରିଚାଳକ ସମାଜସେବୀ ଲକ୍ଷ୍ମଣ ଟୁଡୁ,ଉମେଶ ସାହୁ,ମା’ଅନ୍ନପୂର୍ଣା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ସହାୟତା କରିଥିଲେ । ବିଧାୟକ ପରିଚାଳନା କମିଟିର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ ।


