ଜୁଲାଇକୁ ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ଜେଇଇର ମେନ୍‌ ପରୀକ୍ଷା ଜୁଲାଇ ୧୮-୨୩ ମଧ୍ୟରେ ହେବାକୁ ଥିବା ବେଳେ ଜେଇଇର ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ସେହିପରି ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌କୁ ଜୁଲାଇ ୨୬ କୁ ଘୁଞ୍ଚାଇ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଦେଶର ପ୍ରାୟ ୧୫ ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ଏବଂ ୯ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷାରେ ଅବତୀର୍ଣ୍ଣ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ