ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ

ଯାଜପୁର,(ଓ୍ବାଇଏନ୍ଏସ୍):ଗାଁରେ ଥିବା ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ଘଟିଛି । ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ ଆସିବା ପରେ ସରକାରୀ କ୍ୱାରେଂଟିନରେ ରହିନଥିଲେ । ଏହାକୁ ନେଇ କେତକ ଗ୍ରାମବାସୀ ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପଂଳ କିଛି ମିଳିନଥିଲା । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ସେହି ଯୁବକଙ୍କୁ ପଚାରିବାକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ଙ୍କ ସହିତ ପରିବାର ଲୋକେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରିବାର ଲୋକଙ୍କ ଶାବଳ ମାଡରେ ଗ୍ରାମବର ସୁଧିର କୁମାର ଦାସଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୁଣ୍ଡରେ ଷ୍ଟିଚ ପକାଇ ଚିକିତ୍ସିତ କରିବା ପରେ ଛାଡି ଦିଆଯାଇଛି । ଏ ନେଇ ଯାଜପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସେପଟେ ସମ୍ପୃକ୍ତ ଯୁବକକୁ ପଂଚାୟତ କ୍ୱାରେଂଟାଇନ ରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ