ଗଜପତି ବିଜେପିର ଯୁବମୋର୍ଚ୍ଚା ତରଫରୁ ୨୦ଜଣ ସ୍ୱେଚ୍ଛାକୃତ ରକ୍ତଦାନ କଲେ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଭୟଙ୍କର କରୋନା ସଂକ୍ରମଣରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାର ଠାରେ ଏହି ଶିବିର ଆୟୋଜିତ ହୋଇଥିଲା । ସରକାରୀ ନିୟମ ଅନୁଯାୟୀ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦେଇ ରକ୍ତଦାନ କରାଯାଇଥିଲା । ଏଥିରେ ୨୦ଜଣ ବିଜେପି ଯୁବମୋର୍ଚ୍ଚାର ସ୍ୱେଚ୍ଛାକୃତ କର୍ମୀ ୨୦ ୟୁନିଟ ରକ୍ତଦାନ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବିଜେପିର ବରିଷ୍ଠ ନେତା ପି.କ୍ରିଷ୍ଣା, ବାବୁଲା ପଟ୍ଟନାୟକ, ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ