କଲରପତରିଆ ବାଘ ଛାଲ ସହ ଆଠ ଗିରଫ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ସେକ୍ସନ ରିଭଲକଣା ବିଟରେ କଲରା ପତରିଆ ବାଘ ଛାଲ ଜବତ ସହ ଆଠ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଆଜି ଡ଼ିଏଫଓ ସଚୀନ ଆନା ସାହେବ ଅହଲ କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର ସଚ୍ଚିଦାନନ୍ଦ ପରିଡାଙ୍କ ନେତୃତ୍ୱ ବନପାଳ ଶିବ ଶଙ୍କର ମହାପାତ୍ର ରିଭଲକଣା ବିଟକୁ ଯାଇ ସେଠାରେ ବିକ୍ରି କରୁଥିବା ବାଘ ଛାଲ ସହ ଆଠ ଜଣ କୁ ଅଟକ ରଖିବା ସହ ବାଘ ଛାଲ ଜବତ କରିଛନ୍ତି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ର ରାକ୍ସି ଗ୍ରାମର ମୁନୁଜ ମାଝୀ, ଲାଞ୍ଜିଗଡ଼ ଥାନା, ପାହାଡ଼ ପଦର ଗ୍ରାମର ଜିତେନ୍ଦ୍ର ବେନିଆ, ଟିଟିଝୋଲା ଗ୍ରାମର ଇଜେ ରାଓ ସାହୁ, ରାୟଗଡା ଜିଲ୍ଲା କୋଲନର ବ୍ଲକର ରିଭଲକଣା ଗ୍ରାମର ଭରତ ନାଚିକା,କୈଳାସ ଜାନି,ବଡଚାମ୍ପିଆ ଗ୍ରାମର ସୀମାଦ୍ରୀ ତାଡିଙ୍ଗି, ପ୍ରଶାନ୍ତ କାଡ୍ରାକା,କରିନିପାଡ଼ୁ ଗ୍ରାମର ଧାର୍ମା ପାତିକା ବୋଲି ସୂଚନା ମିଳିଛି। ଏହିମାନଙ୍କୁ ରାୟଗଡା ଫିଏଫ ଓ କାର୍ଯ୍ୟାଳୟ କୁ ନେଇ ପଚରାଉଚରା କରି କୋର୍ଟ ଚାଲାଣ କରାଯାଇଛି। ଏହାର ଆହୁରୀ ତଦନ୍ତ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ