ସୁରତ ଫରନ୍ତାଙ୍କୁ ପଞ୍ଚାୟତରେ ପୂରାଇଦେଲେ ନି ଗ୍ରାମବାସୀ

ଛତ୍ରପୁର (ଓ୍ବାଇଏନ୍ଏସ୍) ; ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାତର କ୍ୱାରାଣ୍ଟାଇନ୍ ସେଣ୍ଟରରେ ଗୁରୁବାର ରାତିରେ ସୁରତ ଫେରାନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏପରିକି ପୋଲିସ ଉପରକୁ କେତକ ଲୋକ ଟେକା ପଥର, କାଚ , ବୋତଲ ମାଡ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା । ଖବର ପାଇ ଗଂଜାମ ଏସପି ବ୍ରିଜେଶ କୁମାର ରାଏ , ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକ ଓ ବୃଦ୍ଧିଜିବୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲ।। ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଗୁରୁବାର ରାତିରେ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଏକ ବସ ଗ୍ରାମ ପଞ୍ଚାୟତର ୧୧ଜଣ, ଗଂଜାମ ବ୍ଲକ ଜଣେ ଓ ଖଲିକୋଟ ବ୍ଲକ ୨୪ଜଣ ସୁରତ ଫେରନ୍ତାଙ୍କୁ ଧରି ଧରି ସଙ୍ଗରୋଧ କେନ୍ଦ୍ର ରଖିବାକୁ ଅଣାଯାଇଥିଲ।। ଏହାର ସୂଚନା ପାଇ କେତକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ବୁଝାସୁଝା କରିଲେ ମଧ୍ୟ ଲୋକମାନେ ମାନିବାକୁ ପ୍ରସ୍ତୁତ ନଥିଲେ । ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କୁ ପୁରାଇ ଦେବେ ନାହିଁ ବୋଲି କହି ପୋଲିସ ଉପରକୁ ଗ୍ରାମବାସୀ ଟେକା ପଥର ଫୋପାଡି ଥିଲେ । ଏହାପରେ ବାଧ୍ୟ ହୋଇ ପୋଲିସ ଘଟଣା ସ୍ଥଳରେ ଲାଠି ଚାଳନା କରିଥିଲେ । ତଥାପି ଗ୍ରାମବାସୀ ଜିଦରେ ଅଟଳ ରହିଥିଲେ । ଏହାପରେ ପୋଲିସ ଅନ୍ୟ ଉପାୟ ନ ପାଇ ୩୬ଜଣ ସୁରତ ଫେରନ୍ତାଙ୍କୁ ଫେରିଯାଇଥିଲେ । ପରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଠାରେ ଥିବା ସଙ୍ଗରୋଧ କେନ୍ଦ୍ର ଠାରେ ସେମାନଙ୍କୁ ରଖାଯାଇଥିଲ।। ଶୁକ୍ରବାର ସକାଳ ସୁଦ୍ଧା ସେଠାରେ ଚାପା ଉତ୍ତେଜନା ଲଗି ରହିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଲୋକମାନଙ୍କୁ ସଚେତନତା କରାଯାଉଛି । ଜିଲ୍ଲାପ୍ରଶାସନ ଲୋକମାନେ ସହ ଯୋଗ କରିବା ଦରକାର । ବର୍ତ୍ତମାନ ସବୁ ଠିକ ଠାକ୍ ଅଛି । ଏନେଇ ଗଂଜାମ ଏସପି ବ୍ରିଜେଶ କୁମାର ରାଏ କହିଛନ୍ତି ଯେ ଲୋକମାନେ ମାନବିକତା ଦେଖାଇବା କଥା ଯେ ହେତୁ ୧୧ଜଣ ନିଜ ପଞ୍ଚାୟତର ବାସିନ୍ଦା ଥିଲେ । କରୋନା ମହାମାରି ସମୟରେ ସମସ୍ତେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନକୁ ସହ ଯୋଗ କରିବା କଥା ବୋଲି ସେ କହିଥିଲେ । ଏହାସହ ଘଟଣାର ଛତ୍ରପୁର ଏସଡିପିଓ ଗୈାତମ କିଷାନ ତଦନ୍ତ କରୁଛନ୍ତ ଏବଂ ସାମୁଦ୍ରିକ ଥାନା ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଚି ।ଏନେଇ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ କହିଛନ୍ତି ଯେ ଲୋକମାନଙ୍କୁ ସଚେତନତା କରାଯାଉଛି । ଏପରି ମହାବିପତ୍ତି ସମୟରେ ସମସ୍ତେ ସମସ୍ତ ପ୍ରକାର ସହ ଯୋଗ କରିବା ଦରକାର । ଗତକାଲି ବିଳମ୍ବିତ ରାତିରେ ସୁରତ ଫେରନ୍ତାଙ୍କୁ ବାଧ୍ୟ ହୋଇ ସୁନ୍ଦରପୁର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଲୋକାମନେ ଗୁଜବକୁ ବିଶ୍ୱାସ କରି ଭୟଭିତ ହେଉଛନ୍ତି । ଏତିନିମନ୍ତେ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ