ଦ୍ବିତୀୟ ପର୍ୟ୍ୟାୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ
ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ଗୃହ ନିର୍ମାଣ ସୁସ୍ଥ ଓଡିଶା ମିଶନ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗ ପକ୍ଷରୁ ଦିଗପହଣ୍ଡି ବି । ପିତ ଅଂଚଳ ପରିଷଦ ଆନୁକୁଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛ ିା କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ଛତ୍ରପୁର ପରିମଳ ବିଶେଷଜ୍ଞ ଝଲକ ଦାସ ପ୍ରଶିକ୍ଷକ ଭାବେ ଯୋଗଦେଇ ଲୋକମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ସଚେତନ କରାଇଥିଲେ । ଏନଏସିର ୧୧ ଗୋଟି ୱାର୍ଡର ସମସ୍ତ ବାସିନ୍ଦାଙ୍କୁ ଏନଏସି ପକ୍ଷରୁ ଯୋଗାଣ ହୋଇଥିବା ନୀଳ ଓ ସବୁଜ ଡଷ୍ଟବିନ୍ରେ ପୃଥକ ପୃଥକ ଭାବେ ଶୁଖିଲା ଓ ଓଦା ବର୍ଜ୍ୟ ବସ୍ତୁ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଉକ୍ତ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ସବୁକୁ ଏନଏସିର ଅଳିଆ ବୋଝେଇ ଗାଡି ସାହି ସାହି ପରିକ୍ରମା କରି ସଂଗ୍ରହ କରି ସେସବୁକୁ ଡମ୍ପିଂ ୟାର୍ଡରେ ପକାଇ ନଷ୍ଟ କରିବ ବୋଲି କୁହାଯାଇଥିଲା । ନିୟମିତ ଡଷ୍ଟବିନ୍ ସବୁ ବ୍ୟବହାର କରି ନିଜ ଅଞ୍ଚଳ ଏବଂ ଚତୁଃପାଶ୍ୱର୍କୁ ସୁସ୍ଥ ଓ ପରିଷ୍କାର ରଖିବା ସହିତ ନିରାପଦ ଜୀବନ ବିତାଇବା ପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଗପହଣ୍ଡି ସହରକୁ ପଲିଥିନ ମୁକ୍ତ ସହରଭାବେ ବିବେଚିତ କରିବା ପାଇଁ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାକର ମେକାପ, ଭାରତୀ ପାଢୀ, ସ୍ନେହଲତା ମିଶ୍ର, ପବିତ୍ରା ପ୍ରଧାନ, ସନ୍ତୋଷ ମହାନ୍ତି, ସନ୍ତୋଷ ପାଢୀ, ମମତା ପଣ୍ଡା, ଦୂର୍ଗା ମାଧବ ପ୍ରଧାନ, ସିଏଚ୍. ଲୋକେଶ୍ବରୀ, ରାଜକିଶୋର ରଥ , ୟୁଏଲବି ସଂଯୋଜକ ସନ୍ତୋଷ କୁମାର ବାଡତ୍ୟା, ବାଳକୃଷ୍ଣ ପାଣିଗ୍ରାହୀ , ରଞ୍ଜିତ କୁମାର ପଟ୍ଟନାୟକ , ସାହେବ ରେଡି, ଆଦିତ୍ୟ କୁମାର ରଥ, ମମତା ପ୍ରଧାନ , ସହଦେବ ନାୟକ , ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ୟ୍ୟକ୍ରମକୁପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଏଥିସହସମସ୍ତ ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀମାନେ ଓ ସହରବାସିିନ୍ଦା ଉକ୍ତ ସଚେତନତା କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


