ସଦର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟାଲା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ବିପିଏଲ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ପକ୍ଷରୁ ଘର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ପ୍ରତି ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଘର ନିର୍ମାଣ ପାଇଁ ପ୍ରଦାନ କରାଯାଇଥାଏ । ଏହି ଅର୍ଥକୁ ସରକାରୀ ଦଳର ବାବୁମାନେ ବିଭିନ୍ନ ଉପାୟରେ ହଡପ କରୁଥିବାର ଜଣାପଡିଛି । ଏପରିକି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ କୋଟି କୋଟି ଟଙ୍କା ହଡପ ହେଉଥିବାର ନଜରକୁ ଆସୁଥିଲେ ମଧ୍ୟ ସଦର ବ୍ଲକରେ ହିତାଧିକାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲା ଯାଇ ୧୩ ଲକ୍ଷ ଟଙ୍କା ହଡପ ହୋଇଥିବାର ନଜରକୁ ଆସିଛି । ବିଶେଷତଃ ବର୍ଦ୍ଧନପୁର ଓ ଜୟଦେବ କସବା ପଞ୍ଚାୟତରେ ଅଧିକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ୨୦୧୭-୧୮ ରେ ଉଭୟ ସଦର ବ୍ଲକ ଅଧିନରେ ଥିବା ୧୦ ଜଣ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଅର୍ଥ ପ୍ରଦାନ ନିମନ୍ତେ ତାଲିକା କରାଯାଇଥିଲା । ସେହି ତାଲିକା ମୁତାବକ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଅନୁଦାନ କରାଯାଇଥିବା ବେଳେ ପ୍ରକୃତ ହିତାଧିକାରୀ ଏଯାବତ୍ ଅର୍ଥ ପାଇନଥିବାର ଅଭିଯୋଗ ହୋଇଛି । ସେହି ହିତାଧିକାରୀଙ୍କ ନାମରେ ବ୍ଲକରେ ଅଲଗା ଫାଇଲ ଓ ଭ୍ୟାଙ୍କ ଆକାଉଣ୍ଟ ନମ୍ବର ଖୋଲାଯାଇ ୧୩ ଲକ୍ଷ ଟଙ୍କା ହଡପ ହୋଇଥିବା ଜଣାପଡିଛି । ଏହାକୁ ନେଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୧୦ଟି ଫାଇଲ ତଦନ୍ତ କରାଯାଇ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ତନାଘନା ଚାଲିଥିଲା ବେଳେ ବ୍ଲକର ବିଡିଓ, ଚେୟାରମ୍ୟାନ୍ ଧରାଛୁଆଁ ଦେଉନଥିବା ବେଳେ ଅନ୍ୟ କର୍ମଚାରୀ କିଛି ନ କହି ନୀରବ ରହୁଛନ୍ତି । ଏଥିରେ ସ୍ପଷ୍ଟ ଅନୁମେୟ ଯେ, ବିଜେଡି ଶାସକ ଦଳର ବ୍ୟକ୍ତିମାନେ ବ୍ଲକର କର୍ତ୍ତୃପକ୍ଷଙ୍କୁ ହାତ କରି ଟଙ୍କା ହଡପ ହୋଇଥିବାର ଅଭିଯୋଗ ହୋଇଛି । ଜଣାପଡିଛି ଫାଇଲ ନମ୍ବର ୧୯୮୫/୧୮-୧୯ ରେ ବର୍ଦ୍ଧନପୁର ଉମା ଦଲେଇ ତାଙ୍କ ସ୍ତ୍ରୀ ଗେଣ୍ଡୁ ଦଳେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଇଡି ନମ୍ବର ୧୫୨୯୫୮୧, ୨୦୧୮-୧୯, କେସ୍ ରେକର୍ଡ ନଂ. ୧୯/୧୯, ୧୮/୧୯ ଭାସ୍କର ଓରଫ୍ ଦାମୋଦର ଦଳେଇ, ପିତା ଗଗନ ଦଳେଇ, ଭୀମପୁର ଆଇଡି ନମ୍ବର ୧୫୩୭୪୪୫, କେସ୍ ନଂ ୧୮-୧୯, ଆଇଡି ନମ୍ବର ୧୪୮୨/୧୫.୦୮.୧୯ ରାଧୁଆ ଓରଫ୍ ସମ୍ବୁନାଥ ଦଳେଇ, ପୁଅ ବିଜୟ ଦଳେଇ, କେସ୍ ନଂ ୮୬୬,୧୮/୧୯ ବର୍ଦ୍ଧନପୁର, ଆଇଡି ନମ୍ବର ୧୫୨୯୪୨୮ ଗଦାଧର ଦାସ ପିତା ଶୁକ ଦାସ କେସ୍/ଆଇଡି ନଂ- ୧୫୮୫/୦୪୦/୧୮୧୯ ଇତ୍ୟାଦି ୧୦ ଟି କେସ୍ ଭିଜିଲାନ୍ସ ବିଭାଗ ସଦର ବ୍ଲକର ଗୋଟିଏ ପଞ୍ଚାୟତରୁ ତଦନ୍ତ କରି କେସ ହାତକୁ ନେଇ ତଦନ୍ତ କରିବା ସହ ରେକର୍ଡ ସିଜ୍ କରିଛନ୍ତି । ଖାଲି ଏତିକି ନୁହେଁ ଜିଲ୍ଲାର ୧୨ଟି ବ୍ଲକର ଦିଆଯାଇଥିବା ଆବାସ ଯୋଜନାର ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଘୋଟାଲା ନଜରକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି । ଏ ବାବଦରେ ବର୍ଦ୍ଧନପୁର ପଞ୍ଚାୟତର ଶତାଧିକ ବ୍ୟକ୍ତି ଜିଲ୍ଲା ପ୍ରଶାସନକୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିବେ ବୋଲି ସୂଚନା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ