ନିର୍ମାଣ ଶ୍ରମିକଙ୍କୁ ମିଳିଲା ସହାୟତା

ହାଟଡିହି (ଓ୍ବାଇଏନ୍ଏସ୍) : ଲକଡାଉନ ପାଇଁ ନିର୍ମାଣ ଶ୍ରିମକ ମାନେ ହାତବାନ୍ଧି ବସିଥିବାବେଳେ ସରକାର ଶ୍ରମିକମାନଙ୍କ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି । ହାଟଡିହି ବ୍ଲକର ୪୫୫୨ ଜଣ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରୀ ସହାୟତା ଆସିଥିବାବେଳେ ଏôତରେ ବହୁତ ତ୍ରୁଟି ପରିଲକ୍ଷିତ ହୋଇଥିଲା । ବିଭିନ୍ନ ବାହାର ଜିଲ୍ଲା ଓ ବାହାର ବ୍ଲକ ସହିତ ବାହାର ପଞ୍ଚାୟତର ଅନୁଦାନ ଆସିଯିବାରୁ ଅନେକ ନିର୍ମାଣ ଶ୍ରମିକ ଏହି ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ । ଏବେ ପୁନର୍ବାର ଏହି ଅନୁଦାନକୁ ସଠିକ କରାଯାଇ ପୁନର୍ବାର ବଣ୍ଟନର ବ୍ୟବସ୍ଥା କରାଯାଇଛି । ଆଜି ବଞ୍ଚୋ ପଞ୍ଚାୟତରେ ୨୫ଜଣ, ସୁଲଣ ପଞ୍ଚାୟତରେ ୨୬ଜଣ, ଢ଼େଙ୍କା ପଞ୍ଚାୟତରେ ୬୬ଜଣ, ପଢ଼ିଆରିପଲ୍ଲୀ ପଞ୍ଚାୟତର ୨୬ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ