ଗୁଜୁରାଟରୁ ଘଟଗାଁ ଫେରିଲେ ୫ ପ୍ରବାସୀ

ଘଟଗାଁ (ଓ୍ୱାଇଏନ୍‌ଏସ୍‌): ଆଜି ଗୁଜୁରାଟ ର ଅହମ୍ମଦାବାଦ ସହରରୁ ୫ ଜଣ ପ୍ରବାସୀ ଓଡ଼ିଆ ଘଟଗାଁ ବ୍ଲକ ଫେରିଛନ୍ତି। ଖବରରୁ ପ୍ରକାଶ ଯେ ମୁକୁନ୍ଦପୁରପାଟଣା ପଞ୍ଚାୟତ ଅନ୍ତର୍ଗତ ଘଟଗାଁ ର ଜଣେ, ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳକଣ୍ଟି ର ୩ ଜଣ ଓ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ଗଦାଧରପୁର ଗ୍ରାମର ଜଣେ ବ୍ୟକ୍ତି ଗୁଜୁରାଟ ର ଅହମ୍ମଦାବାଦ ରୁ ଫେରି ପ୍ରଥମେ ଘଟଗାଁ ଜ୍ୱର ଚିକିତ୍ସା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ହୋଇ ନିଜ ନିଜ ପଞ୍ଚାୟତ ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱତନ୍ତ୍ର ଗାଡ଼ିରେ ସ୍ଥାନାନ୍ତରିତ କରାଯାଇଛନ୍ତି। ଏହା ସହ ଏଯାବତ ସମୁଦାୟ ୫୦ ଜଣ ପ୍ରବାସୀ ଓଡ଼ିଆ ଘଟଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ କୁ ଫେରି ସରକାରୀ ନିୟମ ଅନୁଯାୟୀ ସଙ୍ଗରୋଧରେ ଅଛନ୍ତି। ଆଜି ଏହି ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ଡାକ୍ତର ମୁକ୍ତିକାନ୍ତ ନାୟକ, ଡାକ୍ତର ସୁଜିତ କୁମାର , ବିଡ଼ିଓ ନାରାୟଣ ସାହୁ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତି ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରୀତା କୁମାରୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ