ଚୋରି ରାକେଟର ପର୍ଦ୍ଦାଫାସ କଲା କୋରାପୁଟ ଟାଉନ ପୋଲିସ :୬ ଗିରଫ , ପିସ୍ତଲ , ଟଙ୍କା ,ସୁନା ଓ ମୋବାଇଲ ଜବତ

ଜୟପୁର, (ୱାଇଏନ୍‌ଏସ): ସାରାଦେଶରେ କୋରନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ କୋରାପୁଟ ଟାଉନ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । କୋରାପୁଟ ସହରରେ ଚୋରି କରୁଥିବା ଏକ ବଡ ରାକେଟ ପୋଲିସ ହାତରେ ଧରା ପଡିଛି । ଦୀର୍ଘ ଦିନ ଧରି କୋରାପୁଟ ସହର ରେ ଏହି ରାକେଟ ଚୋରି କରୁଥିଲେ । ଏହି ରାକେଟ ରେ ସମୁଦାୟ ୬ ଜଣ ବ୍ୟକ୍ତି ସମ୍ପୃକ୍ତ ଥିଲେ , ୨ ଜଣ ବ୍ୟକ୍ତି ଲାଲା ମୋହନ ସାହୁ ଓ ଅଜିତ କୁମାର ରାଉଳ ମାଷ୍ଟର ମାଇଣ୍ଡ ରହିଥିବା ବେଳେ ଅନ୍ୟ ବ୍ୟକ୍ତି ମାନେ ସେମାନଙ୍କୁ ସହଯୋଗ କରୁଥିବାର ଜଣାପଡିଛି । ଉକ୍ତ ବ୍ୟକ୍ତି ମାନେ ସମୁଦାୟ ୧୨ ଟି କେସ ରେ ସମ୍ପୃକ୍ତ ଥିବା ଜଣାପଡିଛି । ସେମାନେ ୨୦୧୯ ରେ ୪ ଟି ଓ ୨୦୨୦ ରେ ୮ ଟି ଚୋରି ମାମଲା ରେ ଲିପ୍ତ ଥିବା ଜଣାପଡିଛି।ସେମାନଙ୍କ ନିକଟକୁ ଗୋଟିଏ ମାଉଜର ସହ ୨ ରାଉଣ୍ଡ ଜୀଅନ୍ତା ଗୁଳି , ଗୋଟିଏ ଖଣ୍ଡା , ୨୧ ଟି ମୋବାଇଲ ଫୋନ , ୩ ଟି ବାଇକ ,ବିଭିନ୍ନ ପ୍ରକାର ସୁନା ଗହଣା , ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ୭୯,୭୦୦ ଟଙ୍କା ସହ ଚୋରି ରେ ବ୍ୟବହୃତ ହେଉଥିବା ଅନ୍ୟ ସାମଗ୍ରୀ ଗୁଡିକ ଜବତ ହୋଇଥିବା କୋରାପୁଟ ଟାଉନ ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ