ଅବକାରୀ ଧରପଗଡ, ୬ଗିରଫ
ଛତ୍ରପୁର,(ଓ୍ବାଇଏନ୍ଏସ୍):ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଧରପଗଡ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଠାରୁ ୪ଟି ମୋଟର ସାଇକେଲ ଏବଂ ବେଆଇନ ଭାଟି ରନ୍ଧା ଦେଶୀ ମଦ ,ମହୁଲୀ ମଦ ଓ ବିଦେଶୀ ମଦ ମଧ୍ୟ ଜବତ କରାଯାଇଛି । ଖଲିକୋଟ ନିକଟସ୍ଥ ସାନଘାଟି, ଭଂଜନଗର ଅଞ୍ଚଳର ନିଧିଆପଲ୍ଲୀ ଓ ହିଞ୍ଜିଳିକାଟୁ ଅବକାରୀ ଅଂଚଳ ରେ ଚଢଉ କରାଯାଇଥିବା ନେଇ ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା କହିଛନ୍ତି । ଏହି ଚଢ଼ଉ ରେ ଖଲିକୋଟ, ଭଂଜନଗର ଓ ହିଞ୍ଜିଳିକାଟୁ ଅଂଚଳ ର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ