୧୯ରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ୧୯ ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏହାର ଘରୋଇ ଉଡାଣ ଆରମ୍ଭ କରିବାକୁ ଯାଉଛି । ବିଭିନ୍ନ ଘରୋଇ ରୁଟ୍ରେ ଏୟାର ଇଣ୍ଡିଆ ନିଜର ସେବା ପ୍ରଦେନ କରିବ । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ନିମନ୍ତେ ମେ ୧୯ରୁ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ବିମାନ ଯାତ୍ରା ଜାରି ରହିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ସର୍ବାଧିକ ବିମାନ ଯାତ୍ରା ଆରମ୍ଭ କରିବ । ଦିଲ୍ଲୀରୁ ୧୭୩ଟି ବିମାନ ଛାଡିବାକୁ ଥିବା ବେଳେ ମୁମ୍ବାଇରୁ ୪୦ଟି, ହାଇଦ୍ରାବାଦରୁ ୨୫ଟି ଏବଂ କୋଚିରୁ ୧୨ ବିମାନ ଯାତ୍ରା କରିବେ । ଏହି ବିମାନ ଯାତ୍ରା ନିମନ୍ତେ ବୁକିଂ ଆରମ୍ଭ ହୋଇନଥିବା ବେଳେ ଖୁବ୍ଶୀଘ୍ର ଏ ସମ୍ପର୍କିତ ଘୋଷଣା କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।


