ବିବାହ ପ୍ରତିଶୃତି ଓ ପ୍ରତାରଣା ଅଭିଯୋଗରେ ଏସଆଇ ସସ୍‌ସ୍ପେଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଏସଆଇ ରମେଶ ଜେନା ଜଣେ ଯୁବତୀଙ୍କୁ ପ୍ରତାରିତ କରିଥିବା ଏବଂ କିଛିଦିନ ଧରି ବିନା ଅନୁମତିରେ ଅନୁପସ୍ଥିତ ଥିବା ଅଭିଯୋଗରେ ସସ୍‌ସ୍ପେଣ୍ଡ ହୋଇଥିବା ଜଣାପଡିଛି । ଗଜପତି ଏସପି ସାରା ଶର୍ମା ସମ୍ପୃକ୍ତ ଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହି ଏସଆଇ ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଗଜପତି ଜିଲ୍ଲା ମହେନ୍ଦ୍ରଗଡ ସ୍ଥିତ ବୁଡୁ ଇଣ୍ଟରନେସନାଲ ହୋଟେଲରେ ରାତ୍ରୀ ଯାପନ କରିବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସମୟରେ ସଂପୃକ୍ତ ଏସଆଇ ଯୁବତୀଙ୍କ ଠାରୁ ବିଭିନ୍ନ ଆଳରେ ଅର୍ଥ ଆଦାୟ କରୁଥିବା ଆଦି ନେଇ ପ୍ରତାରିତ ହୋଇଥିବା ଯୁବତୀ ପ୍ରଥମେ ପୁରୀ ସଦର ଥାନାରେ ଏତଲା ଦେଇଥିଲେ । ପରେ ଗଜପତି ଏସପିଙ୍କ ନିକଟରେ ଅଭିଯୋଗ କରିବାରେ ସଂପୃକ୍ତ ଏସଆଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଜପତି ଏସପି ସାରା ଶର୍ମା ଜଣାଇଛନ୍ତି,ଯୁବତୀଙ୍କ ଅଭିଯୋଗ ସହ ବିନା ଅନୁମତିରେ ଛୁଟିରେ ରହିବା ଯୋଗୁଁ ଆର.ଉଦୟଗିରି ଥାନା ଏସଆଇ ରମେଶ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏ ନେଇ ସମସ୍ତ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ