ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଜଗତସିଂହପୁର (ଅଭିଷେକ ତ୍ରିପାଠୀ ): ତିର୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଉରାଢ଼ ଗ୍ରାମରେ ଆଜି ଭୋର ସମୟରେ ସାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ (45) ଘର ପଛପଟେ ଥିବା ବାଡ଼ିରେ ହୁତୁ ହୁତୁ ହୋଇ ଜଳୁଥିଲେ । କିଛି ସମୟ ମଧ୍ୟରେ ଏହି ଘଟଣା ଗୋବିନ୍ଦପୁର ଗ୍ରାମବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଖବର ପାଇ ନିକଟସ୍ଥ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ହତବ।କ ହୋଇଥିଲେ | ଖବର ପାଇ ତିର୍ତୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ଜବତ କରିବା ସହ ଛାନଭିନ ଆରମ୍ଭ କରିଥିଲା । ତେବେ ପରିବାର ଲୋକ ଆତ୍ମହତ୍ୟା କରିଥିବା କହୁଥିବାବେଳେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ | ତେବେ ପଡୋଶୀଙ୍କ କହିବା ମୂତାବକ ମୃତ୍ୟୁର ପୂର୍ବ ରାତିରେ ପାରିବାରିକ କଳହକୁ ନେଇ ପତି -ପତ୍ନୀ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଉଥିବା ଶୁଣିବାକୁ ପାଇଥିଲେ ପଡୋଶୀ | ଘଟଣାର ସତ୍ୟାସତ୍ୟ ପୋଲିସ ତଦନ୍ତ ସରିଲା ପରେ ଜଣା ପଡିବ ବୋଲି କହୁଥିବାବେଳେ । ପରିବାର ବର୍ଗ ଏହି ମାମଲାରେ ଚୁପ ରହିଛନ୍ତି । ଘଟଣା ଘଟିବାର 24ଘଣ୍ଟା ବିତି ଯାଇଥିଲା ପରେ ମଧ୍ୟ ତିର୍ତୋଲ ଥାନାରେ କୌଣସି ଲିଖିତ ମାମଲା ରୁଜୁ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ