ମାଟ୍ରିକ ଖାତାଦେଖା ମଇ୨୦ରୁ ଆରମ୍ଭ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ମାଟ୍ରିକ ପରୀକ୍ଷାର ଖାତାଦେଖା ଆସନ୍ତା ମଇମାସ ୨୦ତାରିଖରୁ ଆରମ୍ଭ ହେବ । ଜିଲ୍ଲାର ୨ଟି କେନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେନ୍ଦ୍ରାପଡା ଓ ପଂଚାୟତ ହାଇସ୍କୁଲ କଷଣଅଂଟା,ପଟ୍ଟାମୁଣ୍ଡାଇରେ ମାଟ୍ରିକ ଖାତା ମୁଲ୍ୟାୟନ ହେବା ପାଇଁ ସ୍ଥିର କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୪୨୫ଜଣ ଲେଖାଁ ଶିକ୍ଷକ,ଶିକ୍ଷୟତ୍ରୀ ଏହି ମାଟ୍ରିକ ଖାତା ମୂଲ୍ୟାୟନ କରିବେ । ଆସନ୍ତା ମଇମାସ ୧୯ତାରିଖରେ ଏହି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦାନ କରିବେ । ପ୍ରତ୍ୟେହ ସକାଳ ୯ଟାରୁ ଖାତା ଦେଖା କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରତ୍ୟେକ ମୂଲ୍ୟାୟନକାରୀ ସାମାଜିକ ଦ୍ୱରତାକୁ ବଜାୟ ରଖି ମାଟ୍ରିକ ଖାତା ମୂଲ୍ୟାୟନ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂହ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ୨ଟି ସିଫ୍ଟରେ ଏହି ମାଟ୍ରିକ ଖାତାଦେଖା କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ କହିଛନ୍ତି ।


