ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କୁ ସହାୟତା କଲେ ସ୍ୱେଚ୍ଛାସେବୀ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତି ବେଳେ ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବର ସଦସ୍ୟ ମାନେ ଅସହାୟ ଲୋକ ମାନଙ୍କୁ ସହାୟତା କରି ମହନୀୟତାର ପରିଚୟ ଦେଇଛନ୍ତି । ଗତ କିଛି ଦିନ ହେବ ୟୁଥ୍ କ୍ଲବର ସଦସ୍ୟ ମାନେ ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକ ମାନଙ୍କୁ ସହାୟତାର ହାତ ବଢାଇ ଚାଲିଛନ୍ତି । ରବିବାର ବିଶାଖାପାଟଣାରୁ ଠାକୁରମୁଣ୍ଡା ଫେରୁଥିବା ୪ ଜଣ ଶ୍ରମିକଙ୍କୁ ବନ୍ତ ଠାରେ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ଘରକୁ ଯିବା ପାଇଁ ଗାଡିର ବ୍ୟବସ୍ଥା କରିଛନ୍ତି । ଏହି ମହାନ କାର୍ଯ୍ୟରେ ୟୁଥ୍ କ୍ଲବର ଜ୍ୟୋତି ରଞ୍ଜନ ନାୟକ, ଆଶିଷ ଚକ୍ରବର୍ତ୍ତୀ, ଶ୍ୟାମସୁନ୍ଦର ସିଂ, ସତ୍ୟ ରଂଜନ ଲେଙ୍କା ନିୟୋଜିତ ଥିଲେ । ସଂପୃକ୍ତ ଶ୍ରମିକ ମାନେ ବିଶାଖାପାଟଣାରେ ଏକ ଠିକାଦାର କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଲକ୍ ଡାଉନ୍ ଯୋଗୁ କାମଧନ୍ଦା ବନ୍ଦ ହୋଇଯାଇଥିଲା । ଫଳରେ ଭୋକ ଉପାସରେ ରହିବା ପରେ ବହୁ କଷ୍ଟରେ ଭଦ୍ରକ ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିଲେ ।