ଉକ୍ରଳ ଭାରତୀକଳା ବିକାଶ କେନ୍ଦ୍ରର ସଫଳତା
ନାଉଗାଁ, (ଯୁଗାଦ୍ଦ ନ୍ୟୁଜ):ଓଡିଶାର ସଂସ୍କୃତି ସମ୍ପନ୍ନ ସହର ପୁରୀ ବେଳା ଭୁମିର ସଂସ୍କୃତି ଭବନ ଠାରେ ଅଭିନନ୍ଦନୀୟା ଡ୍ୟାନ୍ସ ଏକାଡେମୀ ଆନୁକୁଲ୍ୟାରେ ତିନି ଦିନ ବ୍ୟାପି ଆର୍ନ୍ତଜାତୀୟ ନୃତ୍ୟକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜଗତସିଂହପୁର ଜିଲ୍ଲାର ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର ନାଉଗାଁର ତୁହିଡାର କନିଷ୍ଠ ବିଭାଗରେ କଳାକାର ସୁଶ୍ରୀ ଅଭିପିସ୍ା, ଦୈତ ଓଡିଶୀ ନୃତ୍ୟ ସୁଶ୍ରୀ ଚୌଧୁରୀ ବର୍ଷା ପ୍ରିୟଦର୍ଶିନୀ ଦାସ ଓ ସୁଶ୍ରୀ ସ୍ମୃତି ରେଖା ପରିଡା ଓ ବରିଷ୍ଠ ଓଡିଶୀ ନୃତ୍ୟରେ ଗୁରୁ ସୁଶ୍ରୀ ମଣିକର୍ଣ୍ଣିକା ସଫଳତାର ସହ କୃତିତ୍ୱ ହାସଲ କରିଛନ୍ତି । ଏହି କୃତିତ୍ୱରେ ଜିଲ୍ଲା ତଥା ବ୍ଲକର ଗୌରବ ବୃଦ୍ଧି କରିଥିବାରୁ ନାଉଗାଁ ଅଂଚଳର ଅନେକ ସଂସ୍କୃତି ପ୍ରେମୀ,ବୃଦ୍ଧିଜୀବି ଅନୁଷ୍ଠାନକୁ ଶୁଭେଛା ଜଣାଇଛନ୍ତି । ଏଥି ସହିତ ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର କ୍ରମାଗତ ସଫଳତା ପାଇଁ ଅଭିନନ୍ଦନୀୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଳା ବିକାଶ କେନ୍ଦ୍ରର ସଭାପତି ଅଧ୍ୟାପକ ଚୌଧୁରୀ ବିନେଶ କୁମାର ଦାସ, ସଂପାଦକ ଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଉଗାଁର କଳା ସଂସ୍କତି ପ୍ରତି ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ମହାରାଜ, ମା ଶାରଳା ସାଂସ୍ୃତିକ ପରିଷଦର ସଂପାଦକ ଶିକ୍ଷକ ନିରଂଜନ ମହାନ୍ତି, ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ଧର୍ମକ୍ଷେତ୍ର ଅଲଣାର ପ୍ରତିଷ୍ଠାତା ସମାଜସେବୀ ସଂଜୟ କୁମାର ସାହାଣୀ, ସୋସିଆଲ ମିଶନ ୱାଲର୍ଡର ପରିଚାଳନା ନିର୍ଦ୍ଦେଶକ ସବେଶ୍ୱର ମହାରଣା ପ୍ରମୂଖ ଅନୁଷ୍ଠାନକୁ ଶୁଭେଛା ଜଣାଇଛନ୍ତି ।
(ଫଟୋ)