ଘରପୋଡି ବିପନ୍ନଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସହାୟତା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଚାରିଗାଁ ପଂଚାୟତର ଗଣ୍ଡସାହି ଓ ଜେନାସାହିରେ ଗତ ରବିବାର ଆକସ୍ମିକ ଅଗ୍ନିକାଣ୍ଡରେ ସଞ୍ଜୟ ଜେନା, ଚୈତନ୍ୟ ଜେନା, ସମୀର ଜେନା, ରମେଶ ଜେନା, ସନାତନ ଜେନା ଓ ବନମାଳି ଜେନାଙ୍କ ୬ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ୬ଟି ପରିବାର ବେଘର ହୋଇଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଚାରିଗାଁ ସରପଂଚ ଭାରତୀ ମଳିକଙ୍କୁ ଯୋଗାଯୋଗ କରି ବିପନ୍ନ ପରିବାରଙ୍କୁ ରାତ୍ରୀଯାପନ ପାଇଁ ବ୍ୟବସ୍ଥା କରିବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଇଥିଲେ । କେନ୍ଦ୍ରାପଡା ତହସିଲଦାରଙ୍କୁ ଜଣାଇ ବିପନ୍ନ ପରିବାର ଗୁଡିକୁ ରେଡକ୍ରସ ପାଣ୍ଠିରୁ ସରକାରୀ ଆର୍ଥିକ ସହାୟତା ଓ ଜରିପାଲ ଯୋଗାଇଦେବାର ବ୍ୟବସ୍ଥା କରିଥିଲେ । ଏଥିସହିତ ଆଜି ସେଠାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଯାଇ ବିପନ୍ନ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବ୍ଲକ ଅଧକ୍ଷ ଶ୍ରୀ ଧଳଙ୍କ ସହିତ ସ୍ଥାନୀୟ ସରପଂଚ ଭାରତୀ ମଳିକ, ସମିତି ସଭ୍ୟ ହେମନ୍ତ ମଳିକ, ଧୂମାତ ସରପଂଚ ନରହରି ପାଣି, ପଂଚାୟତ ସଭାପତି ସୁଦାମ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ । ବିପନ୍ନ ପରିବାର ଗୁଡିକୁ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ସହାୟତା ଯୋଗାଇଦେବାର ସୁବନ୍ଦୋବସ୍ତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଅଧକ୍ଷ ଶ୍ରୀ ଧଳ ଚାରିଗାଁ କୋଭିଡ ସେଂଟର,ଧୂମାତ ପଂଚାୟତ କୋଭିଡ ସେଂଟର, ପଳସିଂହା ପଂଚାୟତର ଗୋବିନ୍ଦଜୀଉ ପାଟଣା,ରାବିଆ ବସରୀଆ ମଦ୍ରାସା କୋଭିଡ ସେଂଟର,ଗାଙ୍ଗପଡା ପଂଚାୟତର ସୁକଦେବ ବ୍ରହ୍ମଚାରୀ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଡାକ୍ତରଖାନାରେ ଥିବା ପ୍ରବାସୀମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ,ସେମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ,ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହିତ ସେମାନଙ୍କୁ ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତ୍ୱ ବଜାର ରଖିବାକୁ ପରାମର୍ଶ ଦେଇଥିଲେ । ଯଦି କିଛି ଅସୁବିଧା ହୁଏ ତେବେ ତେବେ ତାଙ୍କୁ ଟେଲିଫୋନ ଦ୍ୱାରା ଜଣାଇବାକୁ କହିଥିଲେ । କୋଭିଡ ସେଂଟର ପରିଦର୍ଶନ ସମୟରେ ଚାରିଗାଁ ସରପଂଚଙ୍କ ପ୍ରତିନିଧି ପ୍ରଦୀପ ମଳିକ, ପଳସିଂହା ସରପଂଚଙ୍କ ପ୍ରତିନିଧି ଅଜିତ କୁମାର ମହାପାତ୍ର ଓ ପଂଚାୟତ ନୋଡାଲ ଅଧିକାରୀଙ୍କ ସମେତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ