ଯୁବତୀ’ଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମରେ ଜନୈକ ଯୁବତୀ’ଙ୍କ ଆତ୍ମହତ୍ୟା କରିବା ପରି ଦୁଃଖଦ ଘଟଣା ଘଟି ଯାଇଛି।ସୂଚନା ଅନୁସାରେ ଲକ୍ଷ୍ମଣ ହାଁସଦାଃ’ଙ୍କ ଝିଅ ସଲମା ହାଁସଦାଃ(୨୨) ଘରେ ଏକୁଟିଆ ଥିବାବେଳେ ବାପା ଓ ମାଆ କୌଣସି କାର୍ଯ୍ୟରେ ରାଇରଙ୍ଗପୁର ଯାଇଥିଲେ।ଫେରି ଆସିଲା ପରେ ଝିଅ ସଲମା ତା ଓଢଣୀ ଦ୍ବାରା ବେକରେ ଫାଶୀ ଦେଇ ଘରର ଉରା କାଠରେ ଝୁଲୁଥିବା ଦେଖିବାକୁ ପାଇଥିଲେ।ଝିଅ ବଞ୍ଚିଥିବା ଆଶାରେ ତାକୁ ଉରାକାଠରୁ ଅଲ୍ହାଇ ଖଟରେ ଶୁଆଇଥିଲେ ହେଲେ ସେତେବେଳକୁ ତା ପ୍ରାଣବାୟୁ ଉଡିଯାଇଥିଲା।ଦୁଃଖ ଓ ଶୋକରେ ବୁଡିଥିବା ପରିବାର ଲୋକେ କୋଣ କରିବେ କିଛି ବୁଝି ପାରି ନଥିଲେ।ପରେ ଝରାଡିହି ଫାଣ୍ଡିରେ ଘଟଣା ବିଷୟରେ ସୂଚନା ଦେଇଥିଲେ।ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଘଟଣା ସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିଲେ।ଆତ୍ମହତ୍ୟାର କାରଣ ଜଣା ପଡି ନଥିଲା ବେଳେ ମୃତକଙ୍କ ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଥିଲେ।ଏନେଇ ତିରିଂ’ଥାନାରେ କେଶ୍ ନଂ ୦୯/୨୦’ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ