ମନୀଷଙ୍କ ଶର୍ଟ ଫିଲ୍ମକୁ ଅମିତାଭଙ୍କ ପ୍ରଶଂସା

ଟିଭିର ଲୋକପ୍ରିୟ ହୋଷ୍ଟ ମନୀଷ ପଲ ଲକଡାଉନ ଉପରେ ଅଧାରିତ ଏକ ଶର୍ଟ ଫିଲ୍ମ ନିର୍ମାଣ କରିଛନ୍ତି। ଏହି ଶର୍ଟ ଫିଲ୍ମର ନାମ ’ହ୍ବାଟ୍ ଇଫ୍’ ରହିଛି। ୭ ମିନିଟ୍ ୨୭ ସେକେଣ୍ଡ ଅବଧିର ଏହି ଶର୍ଟ ଫିଲ୍ମରେ ମନୀଷ ଲୋକଙ୍କୁ ଘରେ ସୁରକ୍ଷିତ ରହିବା ଓ ଲକଡାଉନର ସମସ୍ତ ନିୟମ ପାଳନ କରିବାକୁ ମେସେଜ୍ ଦେଇଛନ୍ତି। ମନୀଷଙ୍କ ଏହି ଶର୍ଟ ଫିଲ୍ମ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଖୁବ୍ ପସନ୍ଦ ଆସିଛି। ସେ ମନୀଷଙ୍କୁ ପ୍ରଶଂସା କରି ନିଜ ଟ୍ବିଟର ଆକାଉଣ୍ଟରେ ଏହାକୁ ଶେୟାର କରିଛନ୍ତି। ଏହାର କ୍ୟାପସନରେ ଅମିତାଭ ଲେଖିଛନ୍ତି ଯେ ମନୀଷ ପଲ ବର୍ତ୍ତମାନ ପରିସ୍ଥିତିକୁ ନେଇ ଏକ ଶର୍ଟ ଫିଲ୍ମ ନିର୍ମାଣ କରିଛନ୍ତି। ଏହାର ପ୍ରତ୍ୟେକ ସଂଳାପ ଓ ପ୍ରୟାସର ବହୁତ ମୂଲ୍ୟ ରହିଛି। ଏହି ଶର୍ଟ ଫିଲ୍ମ କାର୍ତ୍ତିକ ସିଂ ଓ ମନୀଷ ପଲ ନିର୍ମାଣ କରିଛନ୍ତି ବୋଲି ଅମିତାଭ ଲେଖିଛନ୍ତି। ଏହି ଶର୍ଟ ଫିଲ୍ମର ଆରମ୍ଭ କ୍ବାରେଣ୍ଟାଇନର ୫ ଦିନରୁ ଆରମ୍ଭ ହେଉଛି। ୫ମ ଦିନ ମନୀଷ ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକଙ୍କ ସହ କଥା ହେଉଛନ୍ତି। ଘରେ ସମୟ ବିତାଉଥିବାରୁ ସେ ଖୁବ୍ ଉତ୍ସାହିତ ଥିବା ଜଣାପଡ଼ୁଛନ୍ତି। ପରେ ସେ କ୍ବାରେଣ୍ଟାଇନର ୩୦ତମ ଦିନ ଇନଷ୍ଟାଗ୍ରାମରେ ଲାଇଭ ଆସୁଛନ୍ତି। ପ୍ରଶଂସକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି। ଲକଡାଉନ ପାଇଁ ମନୀଷ ଘରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ଏହାପରେ ଆସୁଛି କ୍ବାରେଣ୍ଟାଇନର ୧୬୦ତମ ଦିନ। ଯେଉଁ ଲୋକମାନେ ନିଜ ରୋଗକୁ ଲୁଚାଉଛନ୍ତି, ସେ ସେମାନଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳୁଛି। ସଡ଼କରେ ନ ବୁଲି, ହସ୍ପିଟାଲରେ ଚିକିତ୍ସା କରାଇବାକୁ ମନୀଷ ରାଗରେ ଲୋକଙ୍କୁ କହୁଥିବା ଦେଖିବାକୁ ମିଳୁଛି। ପୁଣି ଆସୁଛି କ୍ବାରେଣ୍ଟାଇନର ୨୧୬ତମ ଦିନ। ସେତେବେଳକୁ ମନୀଷଙ୍କ ସ୍ବର ବହୁତ ଦବି ଯାଇଛି। ସେ ତାଙ୍କ ପରିବାରକୁ ବହୁତ ମିସ୍ ମଧ୍ୟ କରୁଛନ୍ତି। ସେ ବହୁତ ଦୁଃଖରେ ଥିବା ଭଳି ଲାଗୁଛନ୍ତି। ସେହିପରି କ୍ବାରେଣ୍ଟାଇନର ୨୫୦ତମ ଦିନରେ ସେ ଇନଷ୍ଟାଗ୍ରାମ ଲାଇଫରେ ଜଣେ ବି ୟୁଜରଙ୍କୁ ଦେଖିବାକୁ ପାଉ ନାହାନ୍ତି। ଏହାପରେ ସେ ଚିନ୍ତିତ ହୋଇଯାଉଛନ୍ତି। ସେ ବହୁତ ଜୋରରେ ଚିତ୍କାର କରୁଛନ୍ତି। ଭିଡ଼ିଓର ଶେଷରେ ମନୀଷ ଘରେ ରହି ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ