ଶ୍ରେଣୀ ଗୃହରେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ଘଟଣାକୁ ନାଉଗାଁ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ଦୃଢ ନିନ୍ଦା
ନାଉଗାଁ,( ଯୁଗାବ୍ଦ ନ୍ୟୁଜ୍) : ନିଆଳି ବ୍ଳକ ଅନ୍ତର୍ଗତ ଆମ୍ବପଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁଚିସ୍ମୀତା ମୁଦୁଲିଙ୍କୁ ଆକ୍ରମଣ ଘଟଣାଙ୍କୁ ନାଉଗାଁ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବ୍ଳକର ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ ନେଇ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବା ଦୁର୍ବୃତ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା । ଶିକ୍ଷକ ନେତା ସନ୍ତୋଷ କୁମାର ସ୍ୱାଇଁ ଗୁରୁତର ଆହତ ଶିକ୍ଷୟତ୍ରୀଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ଦାବି କରିଥିବା ବେଳେ ନରେଶ କୁମାର ସାହୁ ଦୋଷୀକୁ କଠୋର ଦଣ୍ଡ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ସେହିପରି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ନାଉଗାଁ ବ୍ଳକ ସଂପାଦକ ସୁଧୀର କୁମାର ବିଶ୍ୱାଳ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସୁରକ୍ଷା ପ୍ରଦାନ ସହିତ ବିଶେଷ କରି ଶିକ୍ଷୟତ୍ରୀମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।