ମହିଳା ଙ୍କ ମନ କଥା ବୁଝିଲେ ମହିଳା ତହସିଲଦାର

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ରାତି ପାହିଲେ ଓଡ଼ିଆ ସଂସ୍କୃତି ପରମ୍ପରା ର ପ୍ରତୀକ ସାବିତ୍ରୀ ପୂଜା.. ସଧବା ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ଆୟୁ ବୃଦ୍ଧି ସହ ଶୁଭ ମନସୀ ଏହି ପୂଜା କରିଥାନ୍ତି.. ବର୍ତମାନ କୋରୋନା ପ୍ରଭାବ ରେ ବିଭିନ୍ନ ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନେ ନିଜ ରାଜ୍ୟ କୁ ଫେରି ସରକାରୀ କ୍ଵାରେଣ୍ଟାଇନ ରେ ରହୁଛନ୍ତି.. ସେଠାରେ ରହୁଥିବା ମହିଳା ମାନେ କିପରି ନିଜ ପରମ୍ପରା କୁ ବଜାଇ ରଖିବେ ସେନେଇ ପୂର୍ବରୁ ଦକ୍ଷିଣପୁର ର ମହିଳା ସରପଞ୍ଚ ସେମାନଙ୍କ ପାଇଁ ଶାଢ଼ୀ ସହ ପୂଜା ସାମଗ୍ରୀ ନିଜସ୍ୱ ଉଦ୍ୟମ ରେ ଆଣି ପ୍ରଦାନ କରିଥିଲେ.. ସେହିପରି କୁକୁଡାଖଣ୍ଡି ର ମହିଳା ତହସିଲଦାର ଇପ୍ସିତାପ୍ରିୟଦର୍ଶିନୀ ମିଶ୍ର କୁକୁଡାଖଣ୍ଡି ବିଡ଼ିଓ ଙ୍କ ସହଯୋଗ ରେ ନିଜସ୍ୱ ଉଦ୍ୟମ ରେ ବିଭିନ୍ନ କ୍ଵାରେଣ୍ଟାଇନ ସେଣ୍ଟର ରେ ୧୨୯ ଜଣ ସଧବା ମହିଳା ଙ୍କ ପାଇଁ ନୂଆ ଶାଢ଼ୀ, ଚୁଡି, ସିନ୍ଦୁର ଓ ପୂଜା ସାମଗ୍ରୀ ନେଇ ସମସ୍ତ କ୍ଵାରେଣ୍ଟାଇନ ସେଣ୍ଟର କୁ ଯାଇ ମହିଳା ମାନଙ୍କୁ ପ୍ରଦାନ କରିଥିଲେ.. ତହସିଲଦାର ଓ ବିଡ଼ିଓ ଙ୍କ ଉଦ୍ୟମ କୁ କ୍ଵାରେଣ୍ଟାଇନ ସେଣ୍ଟର ରେ ରହୁଥିବା ମହିଳା ମାନେ ପ୍ରଶଂସା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ