୧୧ କରୋନା ପଜିଟିଭ ବାହାରିବା ପରେ ଲାଞ୍ଜିଗଡ଼ ବଣ୍ଡେଲ ଗାଁ କଣ୍ଟେନ୍ମେଣ୍ଟ, ଅନ୍ୟ ୭ଟି ଗାଁ ବଫର ଜୋନ୍ ଘୋଷଣା
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲାରେ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଲାଞ୍ଜିଗଡ଼ ବ୍ଲକ ଓ ୪ ଭବାନୀପାଟଣା ଶଗଡ଼ା କ୍ୱାରେଣ୍ଟଇଁନ ସେଣ୍ଟର ର ବୋଲି ସୂଚନା ଦେଇଥିଲେ। ହେଲେ ଲାଞ୍ଜିଗଡ଼ ବ୍ଲକ ର ୭ ଜଣ ମଧ୍ୟରୁ ଜଣେ ମହିଳା ସଂଘ ରୋଧ କେନ୍ଦ୍ରର ସର୍ଭିସ ପ୍ରଭାଇଡର ବୋଲି ସୂଚନା ମିଳିଥିବା ବେଳେ ସମ୍ପୃକ୍ତ ମହିଳା ଜଣଙ୍କ ବସନ୍ତପଡା କ୍ୱାରେଣ୍ଟଇଁନ ସେଣ୍ଟର ର ନିଜ ଗାଁ ସମେତ ଆଖପାଖ ୭ ଟି ଗାଁ କୁ ଯାଇ ବୁଲାବୁଲି କରିଥିବା ସୂଚନା ମିଳିଛି। ଏନେଇ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବସନ୍ତପଡା କୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିବା ସହ ଅନ୍ୟ ସାତ ଗୋଟି ଗାଁ କୁ ବଫର ଯୋନ ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ବସନ୍ତାପଡା କୁ ସିଲ କରିବା ସହିତ ଲୋକଙ୍କ ଜରୁରୀ ଜିନିଷ ପତ୍ର ଯୋଗାଇବା ପାଇଁ ବିଡ଼ିଓ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳ କୁ ସିଲ କରି ଆଇନ ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ଅଛନ୍ତି।ଆଜି ସକାଳୁ ସମଗ୍ର ଅଞ୍ଚଳ କୁ ସେନିଟାଇଜ କରାଯାଇଛି ।


