ଛତ୍ରପୁର ଆଖପାଖ ଅଂଚଳରେ ରଥ ଯାତ୍ରା ମହାସମାରୋହରେ ପାଳିତ ବୀରିସିଂହ ପୀଠରେ ସୁଭଦ୍ରା ରଥକୁ ଟାଣିଲେ ମହିଳା ମାନେ
ଛତ୍ରପୁର( ଯୁଗାବ୍ଦ ନ୍ୟୁଜ) : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସାରା ପୃଥବୀରେ ପାଳନ କରାଯାଉଥିବା ବେଳେ ଛତ୍ରପୁର ସହର ଓ ଆଖ ପାଖ ଅଞ୍ଚଳ ଗୁଡିକରେ ମହାଆଡମ୍ବର ଢଙ୍ଗରେ ପାଳନ କରାଯାଇଛି । ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଛତ୍ରପୁର ସହରରେ ତିନୋଟି ଜଗନ୍ନାଥ ମନ୍ଦିରରେ ପାଳନ କରାଯାଇଛି । ଘଣ୍ଟନାଦକୁ ମହିଳାମାନଙ୍କ ହୁଲହୁଳି ଓ ବାଦ୍ୟ ଶଙ୍ଖ ମହୁରୀ ସଂକୀର୍ତ୍ତନ ତାଳେ ମହିଳା ଓ ପୁରୁଷ ,ଶିଶୁ ବୃଦ୍ଧ,ବୃଦ୍ଧା ଭକ୍ତମାନେ ପ୍ରଭୂଙ୍କ ଯାତ୍ରାରେ ଜନସମାଗମ ରହି ରଥ ଟାଣିଥିଲେ ପୂଜାଅର୍ଚ୍ଚନା କରି ପ୍ରଭୂଙ୍କ ଦର୍ଶନ ଲାଭ କରିଥିଲେ । ଗତ ତିନି ବର୍ଷହେଲା ରିକ୍କାପଲ୍ଲୀ ସ୍ଥିତ ତାଡେପଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବାହ୍ନରେ ରଥଯାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ସେହିପରି ଚଳିତ ବର୍ଷ ମଧ୍ୟ ଦିନରେ ଏହି ଯାତ୍ରା ମନ୍ଦିରରେ ପାଳନ କରାଯାଇଛି । ଛତ୍ରପୁର ରାଜପରିବାର ରଜା କୈାଳାଶ ଚନ୍ଦ୍ର ଦେଓ ପୂର୍ବାହ୍ନ ୧୧.୩୦ଘଣ୍ଟିକା ସମୟରେ ମହାପ୍ରଭୂ ଶ୍ରୀ ବଳଭଦ୍ର,ସୁଭଦ୍ରା ଓ ଜଗତରନାଥ ଜଗନ୍ନାଥ ପ୍ରଭୂଙ୍କୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ରଥରେ ବସିଥିବା ତିନିଠାକୁର ମାନଙ୍କୁ ପୂର୍ଜାଅର୍ଚ୍ଚନା କରାଯାଇ ଆଳତୀ କରାଯାଇଥିଲା । ଅପରାହ୍ନ୪ଟା ରେ ରଥକୁ ଭକ୍ତମାନେ ଟାଣିଟାଣି ନେଇ ମଝିବଜାର ସ୍ଥିତ ଗୁଣ୍ଡିଚା ମନ୍ଦିରରେ ରଥ ସଂନ୍ଧ୍ୟାରେ ପହଞ୍ଚି ଥିଲା । ସମସ୍ତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ଜଗବନ୍ଧୁ ପାଣିଗ୍ରାହୀ,ଆଦିକନ୍ଦ ପାଣିଗ୍ରାହୀ,ଅସିତ୍ କୁମାର ପଟ୍ଟନାୟକ,ଏନ୍.ଜଗଦୀଶ ରାଓ,ଭାଗବତ ମହାପାତ୍ର , ସନ୍ତୋଷ କୁମାର ସାହୁ ଓ ପୂଜକ ରାଜେନ୍ଦ୍ର ଶତପଥୀଙ୍କସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଦାଶିରି ଜଗନ୍ନାଥମନ୍ଦିର ଓ ରେଡିକା ସାହି ଜଗନ୍ନାଥ ମନ୍ଦିର ତରଫରୁ ସଂନ୍ଧ୍ୟାରେ ଏହି ରଥ ଯାତ୍ରା ପାଳନ କରାଯାଇଥିଲା ରଥ ଗୁଡିକୁ ଭକ୍ତ ମାନେ ଟାଣି ନେଇ ନିଜ ନିଜର ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଥିଲେ ।
ଛତ୍ରପୁର ବ୍ଲକ ବୀରିସିଂହ ପୀଠ ସ୍ଥିତଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ପାଳନ କରାଯାଇଥିଲା । ଏହି ଅବସରରେ ଛେରା ପହଁରା ପ୍ରଫୁଲ କୁମାର ମହାରଣା କରିଥିଲେ । ଏଥିରେ ତିନୋଟି ରଥରେ ତିନିଠାକୁର ବସି ଭକ୍ତମାନେ ରଥ ଟାଣିଥିବା ବେଳେ ଦେବୀ ସୁଭଦ୍ରାଙ୍କୁ ମହିଳା ଭକ୍ତ ମାନେ ରଥ ଟାଣିଥିଲେ