ପ୍ରବାସୀଙ୍କୁ ସଂସ୍ପର୍ଶ କରିବାକୁ ନେଇ ଶିବିରରେ ରହିଲେ ଗଣମାଧ୍ୟମ ପ୍ରତିନିଧି

ଖବର ପ୍ରସାରଣ କରିଥିବାକୁ ନେଇ ଜବରଦସ୍ତ ଶିବିର ଭିତରକୁ ନେଇ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ

ନାଉଗାଁ (ଓ୍ବାଇଏନ୍ଏସ୍) : କୋରୁଅ ପଂଚାୟତ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ଚିକିତ୍ସା ଶିବିରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜୈନିକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଶିବିର ପରିସରରେ ପଶି ପ୍ରବାସୀଙ୍କ ସଂସ୍ପର୍ଶରେ ଆସିବାକୁ ନେଇ ଶିବିରରେ ରହିବାକୁ ପଂଚାୟତ ସରପଂଚ ନିର୍ଦ୍ଦେଶ ଦେଇଥିବା ବେଳେ ସଂପୃକ୍ତ ଗଣମାଧ୍ୟମର ପ୍ରତିନିଧିଙ୍କ ପତ୍ନୀ ସଂପୃକ୍ତ ସରପଂଚ ଓ ତାଙ୍କ ଭାଇ ପୂର୍ବରୁ ପ୍ରକାଶିତ ଖବରକୁ ନେଇ ଯୋଜନା ବଦ୍ଧ ଭାବେ ଶିବିରର ମୁଖ୍ୟ ଗେଟ ଭିତରକୁ ଜୋର ଜବରଦସ୍ତ ପେଲି ଗେଟକୁ ବନ୍ଦ କରି ଦେବା ସହିତ ପାଖରେ ଥିବା ୧୦ ହଜାର ଟଙ୍କା ଓ ବେକରୁ ସୁନା ଚେନ ନେଇ ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଜୈନିକ ସରପଂଚ ଓ ପରିବାର କଲିକତାରେ ରହିଥିବା ବେଳେ ଦେଶରେ ଲକ ଡାଉନ ଲାଗୁ ହୋଇଥିଲା । ଫଳରେ ସଂପୃକ୍ତ ସରପଂଚ ନିଜ ଗାଁକୁ ଆସି ପାରିନଥିଲେ । ସରକାରୀ ନିୟମ ଅନୁସାରେ ନିଜର ନାମ ପଂଜିକରଣ କରି ଜିଲ୍ଲାକୁ ଆସି ନିଜର ସ୍ୱାବ ଦେଇ ବ୍ଲକ ଅସ୍ଥାୟୀ ଚିକିତ୍ସା ଶିବିରରେ ରହିଥିଲେ । ପରେ ସ୍ୱାବ ନେଗେଟିଭ ଆସିବା ପରେ ପଂଚାୟତ ଅସ୍ଥାୟୀ ଚିକିତ୍ସା ଶିବିରରେ ରହି ଆସୁଥିଲେ । ଏହି ଘଟଣାକୁ ନେଇ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରକାଶିତ କରିଥିଲେ । ଯାହାକୁ ନେଇ ସଂପୃକ୍ତ ସରପଂଚ ଓ ତାର ଭାଇ ଯୋଜନା ବଦ୍ଧ ଭାବେ ପେପର ନେବା ନାଁରେ ଶିବିରର ମୁଖ୍ୟ ଗେଟ ଭିତରକୁ ଜୋର ଜବରଦସ୍ତ ପେଲି ଗେଟକୁ ବନ୍ଦ କରି ଦେଇ ପାଖରେ ଥିବା ୧୦ ହଜାର ଟଙ୍କା ଓ ବେକରୁ ସୁନା ଚେନ ଆଦି ନେଇଯାଇଥିବା ବେଳେ ଶିବିରରେ ଥିବା ପ୍ରବାସୀଙ୍କୁ ସଂସ୍ପର୍ଶ କରିଥିବା ଦର୍ଶାଇ ଥିଲେ ବୋଲି ତାଙ୍କ ପତ୍ନୀ ଶ୍ରୀମତୀ ନାୟକ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ପେପର ବିତରଣ କରୁଥିବା ବେଳେ ଶିବିର ଭିତରେ ପଶିଯାଇ ପ୍ରବାସୀଙ୍କୁ ଛୁଇଁବା ହେତୁ ଶିବିରରେ ରହିବାକୁ କୁହାଯାଇଛି ବୋଲି ସରପଂଚ ପ୍ରକାଶ କରିଛନ୍ତି । ଏ ସଂର୍ପକରେ ନାଉଗାଁ ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଏହି ଘଟଣାର ପ୍ରକୃତ ସତ୍ୟତା କ’ଣ ତଦନ୍ତ କରାଯାଉଛି ବୋଲି ସୂଚନା କହିଥିଲେ । ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ଶିବିରରେ ଥିବା ଅନ୍ୟ ପ୍ରବାସୀମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ଚିକିତ୍ସା ଶିବିରକୁ ନେଇ ରଖାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ