କମ୍ପୁଟର ସେଂଟରରେ ଅଗ୍ନିକାଣ୍ଡ ଞ୍ଚଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ
ନାଉଗାଁ (ଓ୍ବାଇଏନ୍ଏସ୍) : ଗଙ୍ଗଦାହାଟସ୍ଥିତ କେୟାର କମ୍ପୁଟର ସେଂଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ସେଂଟରର ଡାଇରେକ୍ଟର ସର୍ବଶ୍ୱେର ମହାରଣା ନିଜ ଇନଷ୍ଟିଚ୍ୟୁଟକୁ ଖୋଲି ନିକଟସ୍ଥ ଘରକୁ ଯାଇଥିଲେ । ଆସି ଦେଖିଲା ବେଳକୁ ଇନଷ୍ଟିଚ୍ୟୁଟ ମଧ୍ୟରୁ ଧୂଆଁ ବାହାରୁଛି । ଅଗ୍ନିକାଣ୍ଡ କିପରି ଘଟିଲା ଜଣାପଡି ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୨ଟି ଲାପ୍ଟପ, ବଡ ଜେରକ୍ସ ମେସିନ, ୩ଟି ପ୍ରିଂଟର, ମୋବାଇଲ ଆସେସୋରିଜ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଗାଡି ପହଁଚି ନିଆଁକୁ ଆୟତ କରିବା ବେଳକୁ ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରି ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିଲା । ସର୍ବେଶ୍ୱର ଏହି ସେଂଟରରେ ମୋବାଇଲ ସଜାଡିବା ସହିତ କଂମ୍ପୁଟରରେ ବିଭିନ୍ନ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ତେଣୁ ତାଙ୍କର ସମସ୍ତ ଜିନିଷ ପୋଡି ଯାଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଛି । ଏବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ । କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ସରକାରୀ ନିୟମାନୁସାରେ ସାହାର୍ଯ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।


