ପଦ୍ମ ପୁରସ୍କାର-୨୦୨୦ପାଇଁ୧୫ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ଗ୍ରହଣକରାଯିବ ନାମାଙ୍କନ
ପଦ୍ମ ପୁରସ୍କାର-୨୦୨୦ ପାଇଁ ଅନଲାଇନ ନାମାଙ୍କନ/ସୁପାରିସ ୧ ମେ, ୨୦୧୯ରେ ଆରମ୍ଭ ହୋଇଛି । ନାମାଙ୍କନ/ସୁପାରିସ ଦାଖଲକରିବାଲାଗିଶେଷତାରିଖ ୧୫ ସେପ୍ଟେମ୍ବର୨୦୧୯କୁ ଧାର୍ଯ୍ୟକରାଯାଇଛି ।କେବଳ ପଦ୍ମ ପୋର୍ଟାଲhttps://padmaawards.gov.inସଦ୍ଭରେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିସଗ୍ରହଣକରାଯିବ ।
ସମସ୍ତକ୍ଷେତ୍ର/ବର୍ଗରେଉଲ୍ଲେଖନୀୟକାର୍ଯ୍ୟକୁମାନ୍ୟତା ଦେବାତଥା ବିଶିଷ୍ଟଏବଂ ଅସାଧାରଣ ଉପଲବ୍ଧୀ/ସେବା ପାଇଁପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ ।ବର୍ଗ, ପେସା, ପଦବୀଏବଂଲିଙ୍ଗ ନିର୍ବିଶେଷରେସମସ୍ତବ୍ୟକ୍ତିବିଶେଷଏହି ପୁରସ୍କାର ପାଇଁଯୋଗ୍ୟ ।ଡାକ୍ତରଏବଂବୈଜ୍ଞାନିକମାନଙ୍କୁବାଦ ଦେଲେସରକାରୀଚାକିରିଆକିମ୍ବାରାଷ୍ଟ୍ରାୟତଉଦ୍ୟୋଗରେକାର୍ଯ୍ୟକରୁଥିବାଲୋକମାନେ ଏହି ପୁରସ୍କାର ପାଇବାଲାଗିଯୋଗ୍ୟ ନୁହନ୍ତି ।
କେନ୍ଦ୍ରୀୟମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାର, ଭାରତରତ୍ନଏବଂ ପଦ୍ମ ବିଭୂଷଣ ପୁରସ୍କାରବିଜେତା, ଉକ୍ରର୍ଷସଂସ୍ଥାନଗୁଡ଼ିକୁଏପରି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁଚୟନ କରିବାଏବଂ ଆବଶ୍ୟକ ନାମାଙ୍କନ ଦାଖଲକରିବା ଦିଗରେଲକ୍ଷ୍ୟବଦ୍ଧ ପ୍ରୟାସକରିବାଲାଗିକୁହାଯାଇଛିଯେଉଁମାନଙ୍କ ଉକ୍ରର୍ଷତାଏବଂ ଉପଲବ୍ଧୀ ବାସ୍ତବରେ ସମ୍ମାନ ପାଇବାଯୋଗ୍ୟ । ପ୍ରତିଭାସମ୍ପନ୍ନ ମହିଳା, ସମାଜର ଦୁର୍ବଳବର୍ଗରଲୋକ, ଅନୁସୂଚିତଜାତିଏବଂଜନଜାତି, ଦିବ୍ୟାଙ୍ଗ ଜନ ଏବଂସମାଜ ପ୍ରତି ନିଃସ୍ୱାର୍ଥପରସେବାକରିଥିବାବ୍ୟକ୍ତିବିଶେଷଙ୍କୁଚିହ୍ନଟକରିବାଲାଗି ଅନୁରୋଧ କରାଯାଇଛି ।
ନିଜସ୍ୱ ନାମାଙ୍କନ ସମେତସମସ୍ତ ନାଗରିକ ନାମାଙ୍କନ/ସୁପାରିସକରିପାରିବେ ।ଉପରୋକ୍ତୱେବସାଇଟରେଦିଆଯାଇଥିବାନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀସମସ୍ତ ଆବଶ୍ୟକବିବରଣୀସହିତନାମାଙ୍କନ/ସୁପାରିସ ଦାଖଲକରାଯିବା ଆବଶ୍ୟକ ।ଏଥିରେ ୮୦୦ ଶବ୍ଦ ବିଶିଷ୍ଟ ଏକ ପ୍ରଶସ୍ତିପତ୍ରରହିଥିବଯେଉଁଥିରେ ନାମାଙ୍କନ ହେଉଥିବାବ୍ୟକ୍ତବିଶେଷଙ୍କରତାଙ୍କରକ୍ଷେତ୍ର/ବର୍ଗରେବିଶିଷ୍ଟ ତଥା ଉଲ୍ଲେଖନୀୟ ଉପଲବ୍ଧୀ/ସେବାବିଷୟରେ ସ୍ପଷ୍ଟ ଭାବେଉଲ୍ଲେଖକରାଯାଇଥିବ ।
ଏ ସଂକ୍ରାନ୍ତରେ ଅଧିକବିବରଣୀସ୍ୱରାଷ୍ଟ୍ରମନ୍ତ୍ରଣାଳୟରୱେବସାଇଟ(www.mha.gov.in)ରେ “ଆୱାର୍ଡସ ଓ ମେଡାଲ୍ସ”ଶୀର୍ଷକରେ ଦିଆଯାଇଛି ।https://padmaawards.gov.in/AboutAwards.aspx
ୱେବସାଇଟସହଲିଙ୍କରେଏସବୁ ପୁରସ୍କାରରସ୍ଥିତିଏବଂ ନିୟମ ଉପଲବ୍ଧ ରହିଛି ।


