ରଥଯାତ୍ରା ଉପଲକ୍ଷେ ଜନସାଧାରଣଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ପବିତ୍ର ରଥଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତାରେ ସେ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଏବଂ ଦିବ୍ୟତ୍ୱକୁ ଅନୁଭବ କରିବା ଲାଗି ସମଗ୍ର ଜନସମାଜ ଏକତ୍ରିତ ହୋଇଥାନ୍ତି । ରଥଯାତ୍ରା ସହିତ ଜଡ଼ିତ ପବିତ୍ର ଏବଂ ମହାନ ଆଦର୍ଶ ଆମ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣୁ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଉପରାଷ୍ଟ୍ରପତିଙ୍କ ବାର୍ତା “ରଥଯାତ୍ରାର ଆନନ୍ଦପୂର୍ଣ୍ଣ ଅବସରରେ ମୁଁ ଆମ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରୁଛି । ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚିତ ହେଉଥିବା ପ୍ରଭୁ ଜଗନ୍ନାଥଙ୍କୁ ସାରା ଦେଶରେ ପୂଜା କରାଯାଇଥାଏ । ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବାର୍ଷିକ ଯାତ୍ରାରେ ବାହାରିଥାନ୍ତିଞ୍ଜ । ଏଥିରେ ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଏବଂ ଦିବ୍ୟତ୍ୱକୁ ଅନୁଭବ କରିବା ଲାଗି ସମଗ୍ର ଜନସମାଜ ଏକତ୍ରିତ ହୋଇଥାନ୍ତି । ରଥଯାତ୍ରାର ବୈଭବ ଏବଂ ଭବ୍ୟତା ବାସ୍ତବରେ ଅତୁଳନୀୟ । ରଥଯାତ୍ରା ସହିତ ଜଡ଼ିତ ପବିତ୍ର ଏବଂ ମହାନ ଆଦର୍ଶ ଆମ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣୁ ।”


