କୃଷକଙ୍କକଲ୍ୟାଣଦିଗରେକେନ୍ଦ୍ରସରକାରଙ୍କ ଆଉଏକ ପ୍ରମୁଖ ପଦକ୍ଷେପ

କୃଷକଙ୍କକଲ୍ୟାଣଦିଗରେକେନ୍ଦ୍ରସରକାରଙ୍କ ଆଉଏକ ପ୍ରମୁଖ ପଦକ୍ଷେପ
• ୨୦୧୯-୨୦ ଋତୁ ପାଇଁସମସ୍ତଖରିଫ ଫସଲରସର୍ବନିମ୍ନସହାୟକମୂଲ୍ୟ (ଏମଏସପି)ବୃଦ୍ଧିକୁକ୍ୟାବିନେଟ ଅନୁମୋଦନ
• ଧାନ, ଯଅ ଓ ମାଣ୍ଡିଆରଏମଏସପିକ୍ୱିଂଟାଲ ପ୍ରତି ଯଥାକ୍ରମେ ୬୫, ୧୨୦ ଏବଂ ୨୫୩ ଟଙ୍କାବଢ଼ିଲା
• ହରଡ଼, ମୁଗ ଓ ବିରି଼ଡାଲିରକ୍ୱିଂଟାଲ ପ୍ରତିଏମଏସପି ଯଥାକ୍ରମେ ୧୨୫, ୭୫ ଓ ୧୦୦ ଟଙ୍କାକୁବଢ଼ିଲା
• ଚିନାବାଦାମଏମଏସପି ୨୦୦ ଟଙ୍କାଏବଂସୋୟାବିନର ୩୧୧ ଟଙ୍କାବୃଦ୍ଧି
• ମଧ୍ୟମକପା ୧୦୫ ଟଙ୍କାଏବଂଲମ୍ବାକପାଏମଏସପି ୧୦୦ ଟଙ୍କାବଢ଼ିଲା

କୃଷକଙ୍କଆୟବୃଦ୍ଧିକ୍ଷେତ୍ରରେକେନ୍ଦ୍ରସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକବ୍ୟାପାରସଂକ୍ରାନ୍ତ କ୍ୟାବିନେଟକମିଟିବୈଠକରେ୨୦୧୯-୨୦ ଋତୁ ପାଇଁସମସ୍ତଖରିଫ ଫସଲରସର୍ବନିମ୍ନସହାୟକମୂଲ୍ୟ (ଏମଏସପି)ବୃଦ୍ଧିପ୍ରସ୍ତାବକୁମଞ୍ଜୁରିମିଳିଛି ।

ଏହାକୃଷକମାନଙ୍କୁ ସୁନିଶ୍ଚିତବର୍ଦ୍ଧିତପାରିଶ୍ରମିକପ୍ରଦାନ କରିବାସହିତକୃଷିକ୍ଷେତ୍ରରେ ନିବେଶଏବଂଉତ୍ପାଦନକୁବଢ଼ାଇବ ।
ବିବରଣୀ :

୨୦୧୮-୧୯ ଋତୁ ପାଇଁସମସ୍ତଖରିଫ ଫସଲରମୂଲ୍ୟ ନିମ୍ନମତେବୃଦ୍ଧିକରାଯାଇଛି :

 ୨୦୧୯-୨୦ ଖରିଫ ଋତୁ ପାଇଁସରକାରସୋୟାବିନରଏମଏସପିକ୍ୱିଂଟାଲ ପ୍ରତି ୩୧୧ ଟଙ୍କା, ସୂର୍ଯ୍ୟମୁଖୀକ୍ୱିଂଟାଲ ପ୍ରତି ୨୬୨ ଟଙ୍କାଏବଂରାଶିରଏମଏସପିକ୍ୱିଂଟାଲ ପ୍ରତି ୨୩୬ ଟଙ୍କାକୁବୃଦ୍ଧିକରିଛନ୍ତି ଯାହାଏହି ଫସଲ ଉତ୍ପାଦନକାରୀଚାଷୀଙ୍କ ଆୟବୃଦ୍ଧିକରିବାରେସହାୟକହେବ ।
 ସରକାରହରଡ଼ଡାଲିରଏମଏସପିକ୍ୱିଂଟାଲ ପ୍ରତି ୧୨୫ ଟଙ୍କା, ବିରିଡାଲିରଏମଏସପିକ୍ୱିଂଟାଲ ପ୍ରତି ୧୦୦ ଟଙ୍କାକୁବୃଦ୍ଧିକରିଛନ୍ତି ।ଏହା ଦେଶବାସୀଙ୍କଡାଲି ଅଭାବଜନିତସମସ୍ୟା ଦୂରକରିବାରେସହାୟକହେବାସହିତପୋଷକ ଆବଶ୍ୟକତା ପୂରଣକରିପାରିବ ।
 ସରକାରଯଅର ସର୍ବନିମ୍ନସହାୟକମୂଲ୍ୟକୁସରକାରକ୍ୱିଂଟାଲ ପ୍ରତି୧୨୦ ଟଙ୍କାଏବଂମାଣ୍ଡିଆରଏମଏସପିକ୍ୱିଂଟାଲ ପ୍ରତି ୨୫୩ ଟଙ୍କାକୁବୃଦ୍ଧିକରିଛନ୍ତି । ପୁଷ୍ଟିସାରଜନିତଶସ୍ୟଉତ୍ପାଦନ ଏବଂଉପଯୋଗ ପ୍ରତିପ୍ରୋତ୍ସାହନ ଆବଶ୍ୟକତାକୁ ଦୃଷ୍ଟିରେରଖିଏହି ପଦକ୍ଷେପ ନିଆଯାଇଛି ।ଏହାଛଡ଼ା, ଭାରତସରକାର୨୦୧୮ ବର୍ଷକୁଜାତୀୟମିଲେଟ (ଚଣା, ବାଜରା) ବର୍ଷଭାବେ ପାଳନ କରିବାଲାଗି ନିଷ୍ପତିନେଇଛନ୍ତି ।ଏହାସହିତ୨୦୨୩ ବର୍ଷକୁଅନ୍ତର୍ଜାତୀୟମିଲେଟବର୍ଷଭାବେ ପାଳନ କରିବାଲାଗିଖାଦ୍ୟ ଏବଂକୃଷିସଂଗଠନ (ଫାଓ) ପରିଷଦଭାରତ ଦେଇଥିବା ପ୍ରସ୍ତାବକୁଗ୍ରହଣକରିଛି ।
 ମଧ୍ୟମକପାଏବଂଲମ୍ବାକପା ପାଇଁଏମଏସପିକ୍ୱିଂଟାଲ ପ୍ରତି ଯଥାକ୍ରମେ ୧୦୫ ଟଙ୍କାଏବଂ ୧୦୦ ଟଙ୍କାକୁବୃଦ୍ଧିକରାଯାଇଛି ।
 କୃଷକମାନେ ସେମାନଙ୍କଉତ୍ପାଦର ସର୍ବାଧିକ ପ୍ରତିଶତଲାଭବାଜରା (୮୫%), ବିରି (୬୪%) ଏବଂହରଡ଼ (୬୦%) ଫସଲରୁ ପାଇପାରିବେ ।
ସାଧାରଣ ଧାନରସହାୟକମୂଲ୍ୟ ପୂର୍ବରୁକ୍ୱିଂଟାଲ ପ୍ରତି ୧୭୫୦ ଟଙ୍କା ଥିବାବେଳେଏବେ ଏଥିରେ ୬୫ ଟଙ୍କାକୁବୃଦ୍ଧିକରାଯାଇ ୧୮୧୫ ଟଙ୍କାକରି ଦିଆଯାଇଛି ।ଏହାରଉତ୍ପାଦନ ବ୍ୟୟବର୍ତମାନ ୧୨୦୮ ଟଙ୍କା ଥିବାବେଳେକୃଷକମାନେ ୫୦ ପ୍ରତିଶତଲାଭଫେରସ୍ତ ପାଇପାରିବେ ।ସେହିପରିଗ୍ରେଡ ଏ ଶ୍ରେଣୀର ଧାନ ପାଇଁଏମଏସପି ପୂର୍ବରୁକ୍ୱିଂଟାଲ ପ୍ରତି ୧୭୭୦ ଟଙ୍କା ଥିବାବେଳେ ଏଥିରେ ମଧ୍ୟ ୬୫ ଟଙ୍କାବୃଦ୍ଧିକରାଯାଇ ୧୮୩୫ ଟଙ୍କାକରିଦିଆଯାଇଛି ।ଏହିମାନର ଧାନଉତ୍ପାଦନ ବ୍ୟୟଏବଂଚାଷୀଙ୍କଲାଭ ପ୍ରତିଶତସାଧାରଣମାନର ଧାନ ସହସମାନ ରହିଛି ।ହାଇବ୍ରିଡ ଯଅରସର୍ବନିମ୍ନସହାୟକମୂଲ୍ୟରେ ୧୨୦ ଟଙ୍କାବୃଦ୍ଧିକରାଯାଇକ୍ୱିଂଟାଲ ପ୍ରତି ୨୫୫୦ ଟଙ୍କାରଖାଯାଇଛି ।ଏହା ପୂର୍ବରୁ୨୪୩୦ ଟଙ୍କା ଥିଲା ।ସେହିପରିମାଲଦାଣ୍ଡି ଯଅ ଏମଏସପି ପୂର୍ବରୁ ୨୪୫୦ ଟଙ୍କା ଥିବାବେଳେ ଏଥିରେ ୧୨୦ ଟଙ୍କାବୃଦ୍ଧିକରାଯାଇ ୨୫୭୦ ଟଙ୍କାକରିଦିଆଯାଇଛି ।ବାଜରାରସର୍ବନିମ୍ନସହାୟକମୂଲ୍ୟ ପୂର୍ବରୁ ୧୯୫୦ ଟଙ୍କା ଥିବାବେଳେଏବେ ଏଥିରେ ୫୦ ଟଙ୍କାବୃଦ୍ଧିକରାଯାଇକ୍ୱିଂଟାଲ ପ୍ରତି ୨୦୦୦ ଟଙ୍କାକରି ଦିଆଯାଇଛି ।ମାଣ୍ଡିଆରସର୍ବନିମ୍ନସହାୟକମୂଲ୍ୟ ୨୮୯୭ ଟଙ୍କା ଥିବାବେଳେ ଏଥିରେକ୍ୱିଂଟାଲ ପ୍ରତି ୨୫୩ ଟଙ୍କାବୃଦ୍ଧିକରାଯାଇ ୩୧୫୦ ଟଙ୍କାରଖାଯାଇଛି ।
ମକାରସହାୟକମୂଲ୍ୟକ୍ୱିଂଟାଲ ପ୍ରତି ୬୦ ଟଙ୍କାବୃଦ୍ଧିକରାଯାଇ ୧୭୬୦ ଟଙ୍କା ଧାର୍ଯ୍ୟକରାଯାଇଥିବାବେଳେହରଡ଼ଡାଲିରସର୍ବନିମ୍ନସହାୟକମୂଲ୍ୟରେ ୧୨୫ ଟଙ୍କାବୃଦ୍ଧିକରି ୫୮୦୦ ଟଙ୍କାରଖାଯାଇଛି । ପୂର୍ବରୁଏହି ଦର ୫୬୭୫ ଟଙ୍କା ଥିଲା ।ମୁଗଡାଲିରସର୍ବନିମ୍ନସହାୟକମୂଲ୍ୟ ପୂର୍ବରୁକ୍ୱିଂଟାଲ ପ୍ରତି ୬୯୭୫ ଟଙ୍କା ଥିଲାଏବେ ଏଥିରେ ୭୫ ଟଙ୍କାବୃଦ୍ଧିକରାଯାଇ ୭୦୫୦ କରାଯାଇଛି ।ବିରିଡାଲିରଏମଏସପି ପୂର୍ବରୁକ୍ୱିଂଟାଲ ପ୍ରତି ୫୬୦୦ ଟଙ୍କା ଥିବାବେଳେଏବେ ଏଥିରେ ୧୦୦ ଟଙ୍କାବୃଦ୍ଧିକରାଯାଇ ୫୭୦୦ ଟଙ୍କାକରି ଦିଆଯାଇଛି ।ଚିନାବାଦାମରଏମଏସପି ପୂର୍ବରୁକ୍ୱିଂଟାଲ ପ୍ରତି ୪୮୯୦ ଟଙ୍କା ଥିବାବେଳେ ଏଥିରେ୨୦୦ ଟଙ୍କାବୃଦ୍ଧିକରାଯାଇ ୫୦୯୦ ଟଙ୍କାକରାଯାଇଛି ।ସୂର୍ଯ୍ୟମୁଖୀମଞ୍ଜିରସର୍ବନିମ୍ନସହାୟକମୂଲ୍ୟରେ ୨୬୨ ଟଙ୍କାବୃଦ୍ଧିକରାଯାଇଏହାକୁକ୍ୱିଂଟାଲ ପ୍ରତି ୫୬୫୦ ଟଙ୍କା ଧାର୍ଯ୍ୟକରାଯାଇଛି ।ହଳଦିଆସୋୟାବିନରଏମଏସପିକ୍ୱିଂଟାଲ ପ୍ରତି୩୧୧ ଟଙ୍କାବୃଦ୍ଧିକରାଯାଇ ୩୩୯୯ ଟଙ୍କାକରାଯାଇଛି ।ରାଶିରଏମଏସପିକ୍ୱିଂଟାଲ ପ୍ରତି ୨୩୬ ଟଙ୍କାବୃଦ୍ଧିକରାଯାଇ ୬୪୮୫ ଟଙ୍କା ଧାର୍ଯ୍ୟକରାଯାଇଛି । ନାଇଜରମଞ୍ଜିରଏମଏସପିକ୍ୱିଂଟାଲ ପ୍ରତି ୬୩ ଟଙ୍କାବୃଦ୍ଧିକରାଯାଇ ୫୯୪୦ ଟଙ୍କା ଧାର୍ଯ୍ୟକରାଯାଇଛି ।ମଧ୍ୟମକପାଏବଂଲମ୍ବାକପା ପାଇଁଏମଏସପିକ୍ୱିଂଟାଲ ପ୍ରତି ଯଥାକ୍ରମେ ୧୦୫ ଟଙ୍କାଏବଂ ୧୦୦ ଟଙ୍କାକୁବୃଦ୍ଧିକରାଯାଇ ୫୫୨୫ ଟଙ୍କାଏବଂ ୫୫୫୦ଟଙ୍କାରେ ଧାର୍ଯ୍ୟକରାଯାଇଛି ।
ପୋଷକଶସ୍ୟସମେତସମସ୍ତଶସ୍ୟକ୍ଷେତ୍ରରେଭାରତୀୟଖାଦ୍ୟ ନିଗମ (ଏଫସିଆଇ)ଏବଂ ଅନ୍ୟ ସରକାରୀମାନ୍ୟତାପ୍ରାପ୍ତ ଏଜେନ୍ସିଗୁଡ଼ିକକୃଷକମାନଙ୍କୁସର୍ବନିମ୍ନସହାୟକମୂଲ୍ୟରସୁବିଧା ପ୍ରଦାନ କରିବେ ।ଡାଲିଏବଂତୈଳବୀଜସଂଗ୍ରହକ୍ଷେତ୍ରରେ ନାଫେଡ, ଏସଏଫଏସିଏବଂ ଅନ୍ୟ ମାନ୍ୟତାପ୍ରାପ୍ତ ସରକାରୀସଂସ୍ଥାଏମଏସପିସୁବିଧା ପ୍ରଦାନ କରିବେ ।କପା ପାଇଁକେନ୍ଦ୍ରୀୟନୋଡାଲଏଜେନ୍ସିଭାବେସିସିଆଇସର୍ବନିମ୍ନସହାୟକମୂଲ୍ୟସୁବିଧା ପ୍ରଦାନ କରିବ ।କପାକ୍ରୟଲାଗିସିସିଆଇକୁ ନାଫେଡସହାୟତାଯୋଗାଇ ଦେବ ।ଏହି ପ୍ରକ୍ରିୟାରେନୋଡାଲସଂସ୍ଥାଗୁଡ଼ିକକୌଣସି ପ୍ରକାରରକ୍ଷତିସହିଲେ ଏଥିପାଇଁସରକାରକ୍ଷତିଭରଣାକରିବେ ।
କୃଷକମାନଙ୍କୁ ଆୟ ନିରାପତା ପ୍ରଦାନ କରିବାଲାଗି ପର୍ଯ୍ୟାପ୍ତ ନୀତି ପ୍ରଣୟନ କରିବାଉଦ୍ଦେଶ୍ୟରେସରକାରଙ୍କଲକ୍ଷ୍ୟଏବେଉତ୍ପାଦନ କୈନ୍ଦ୍ରିକ ନହୋଇ ଆୟ-କୈନ୍ଦ୍ରିକହୋଇଛି । ୩୧ ମେ, ୨୦୧୯ରେ ଅନୁଷ୍ଠିତ ନୂଆସରକାରଙ୍କ ପ୍ରଥମ କ୍ୟାବିନେଟବୈଠକରେ ପ୍ରଧାନମନ୍ତ୍ରୀକିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାକୁସମ୍ପ୍ରସାରଣକରିବାଲାଗି ନିଆଯାଇଥିବା ନିଷ୍ପତିକୃଷକମାନଙ୍କ ଆୟବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ଥିଲା । ୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣବଜେଟରେ ପିଏମ-କିସାନ ଯୋଜନାଘୋଷଣାକରାଯାଇଥିଲା ।ଏହିଯୋଜନା ଅଧୀନରେ ୨ ହେକ୍ଟରରୁକମଜମି ଥିବାକ୍ଷୁଦ୍ର ଏବଂ ନାମମାତ୍ରଚାଷୀ ପରିବାରଗୁଡ଼ିକୁବାର୍ଷିକ ୬୦୦୦ ଟଙ୍କାଲେଖାଏଁ ଆର୍ଥିକସହାୟତାଯୋଗାଇ ଦିଆଯିବ ।
୨୦୧୮ରେ ଘୋଷଣାକରାଯାଇଥିବାନୂତନ ପ୍ରମୁଖଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟସଂରକ୍ଷଣ ଅଭିଯାନ” (ପିଏମ-ଆଶା)କୃଷକମାନଙ୍କୁସେମାନଙ୍କଉତ୍ପାଦର ଉଚିତ ପାରିଶ୍ରମିକ ପ୍ରଦାନ କରିବ ।ଏହି ପ୍ରମୁଖଯୋଜନା ଅଧୀନରେତିନୋଟିଉପଯୋଜନା ଯଥା-ମୂଲ୍ୟସହାୟକଯୋଜନା (ପିଏସଏସ), ମୂଲ୍ୟ ନିଅଂଟ ପଇଠ ଯୋଜନା (ପିଡିପିଏସ) ଏବଂଘରୋଇସଂଗ୍ରହଏବଂଭଣ୍ଡାରଣଯୋଜନା (ପିପିଏସ)କୁ ପାଇଲଟ ଆଧାରରେସାମିଲକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ