ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହୋମିଓପ୍ୟାଥି ଔଷଧ ବିତରଣ

ଶେରଗଡ, (ଦେବୀ ପ୍ରସାଦ ଦାଶ):ବିଶ୍ୱରେ କରୋନା ଭୂତାଣୁ ମହାମାରୀରେ ପରିଣତ ହୋଇ ସଂପୂର୍ଣ୍ଣ ଜୀବନଜୀବିକା ପ୍ରଭାବିତ ହୋଇଛି।ଯାହାର କୁପ୍ରଭାବରରେ ସମଗ୍ର ମାନବସମାଜ କରୋନା ଯୁଦ୍ଧରେ ନିଜନିଜ କ୍ଷେତ୍ରରେ ଯୋଦ୍ଧା ସାଜି ସଂଗ୍ରାମ କରୁଛନ୍ତି।ଅନେକ ବିକାଶଶୀଳ ରାଷ୍ଟ୍ର ହାର ମାନି କରୋନା ପାଖରେ ନତମସ୍ତକ ହୋଇପଡିଛନ୍ତି।କିନ୍ତୁ ଭାରତ କରୋନା ବିରୋଧୀ ଲଢେଇରେ ହାର ନମାନିବା ସଂଗ୍ରାମ କରୁଛି।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶର ସର୍ବବୃହତ ସାମାଜିକ ଓ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ଆହ୍ବାନ ନେଇ ସାରା ଭାରତରେ ବିଭିନ୍ନ ସେବା କାର୍ଯ୍ୟ ହାତକୁ ନେଇଛି।ଠିକ୍ ସେଭଳି ହିଞ୍ଜିଳିକାଟୁ ଖଣ୍ଡର ସ୍ବୟଂସେବକ ନିଜ ନିଜ ଅଞ୍ଚଳରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଅନେକ ପ୍ରକାର ସେବା ଯୋଗିଛନ୍ତି।ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ଗ୍ରାମକୁ ସୁରକ୍ଷା,୧୦୦୦ମାସ୍କ ବଣ୍ଟନ,ଚାଲି ଆସୁଥିବା ପ୍ରବାସୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ,ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଯୋଗ ପ୍ରାଣାୟମ,ପ୍ରତି ଘରେ ଘରେ ସଚେତନ କରିବା ସହ ତୁଳସୀ,ଡାଲଚିନି,ଗୋଲମରିଚ,ସୁଣ୍ଠିରେ ତିଆରି କାଢ଼ା ସେବନ କରିବା ପାଇଁ ଏହିପରି ଭାବରେ ସେବା ଯୋଗାଇ ଛନ୍ତି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଡାକ୍ତର ମାନଙ୍କ ମାର୍ଗଦର୍ଶନରେ ARSENICUM ALBUM ୩୦C ହୋମିଓପ୍ୟାଥି ଔଷଧକୁ ବିତରଣ କରିବା ପରିଲକ୍ଷିତ ହୋଇଛି।ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ କହିବାନୁସାରେ ମାନବ ଜୀବନରେ ଅନୁଭବ ହେଉଥିବା ଥଣ୍ଡା,ଖାସ,କଫ ଆଦିକୁ ଏହି ହୋମିଓପ୍ୟାଥି ଔଷଧ ମୂଳରୁ ସଫା କରିବାରେ ସହାୟକ ହେବ।ସଂଘର ଏଭଳି କାର୍ଯ୍ୟକୁ ସମାଜରେ ସକରାତ୍ମକ ପ୍ରଭାବ ପଡିବା ସହ ଉଚ୍ଚ ପ୍ରଶଂସା ମିଳିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ