୩୦ ବର୍ଷ ବୟସରେ ୧୫୦୦ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା 

ଏହି ସର୍ଭେରେ ୫୫ ପ୍ରତିଶତ ଯୁବପିଢ଼ି ସ୍ୱୀକାର କରିଥିଲେ ଯେ ସେମାନେ ପାରମ୍ପରିକ ଶୈଳୀରେ ସମ୍ପର୍କ ସ୍ଥାପନ ଓ ଡେଟିଂରୁ ବାହାରି ନୂଆ ସାଥୀ ଖୋଜିବା ଲାଗି ଡେଟିଂ ଆପସ୍ର ବ୍ୟବହାର କରୁଛନ୍ତି । ଆସୋଚାମର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଡି. ଏସ୍. ରାୱତ କହିଛନ୍ତି ଯେ ବର୍ତ୍ତମାନ ଆମେ ଏକ ପରିବର୍ତ୍ତନଶୀଳ ସମୟରେ ଜୀବନଯାପନ କରୁଛୁ । ବର୍ତ୍ତମାନ ସମୟରେ ଯୁବପିଢ଼ି ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି । କ୍ୟାରିୟର, ଆର୍ଥିକ କ୍ଷେତ୍ରରେ ଏବଂ ସମ୍ପର୍କ ଯୋଡ଼ିବା ଭଳି ନିଷ୍ପତ୍ତି ସବୁକିଛି ସେମାନେ ନିଜେ ନେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜୀବନସାଥୀ ଚୟନ କରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ମଧ୍ୟ ଏବେ ଯୁବପିଢ଼ି ଟେକ୍ନୋଲୋଜିର ସହାୟତା ନେଉଛନ୍ତି ।
ରାୱତ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ଡେଟିଂ ଆପ୍ଲିକେସନର ଲୋକପ୍ରିୟତା ଆହୁରି ବଢ଼ିବାର ସମ୍ଭାବନା ରହିଛି । କାରଣ ସେମାନେ ଏହି ଆପ୍ସ ମାଧ୍ୟମରେ ପରସ୍ପରକୁ ଦେଖାସାକ୍ଷାତ କରିବାର ଅନେକ ବିକଳ୍ପ ମଧ୍ୟ ରହିଛି । ଏପରିକି ଏହା ମାଧ୍ୟମରେ ସେମାନେ ଅନ୍ଲାଇନ୍ରେ ସମ୍ପର୍କରେ ମଧ୍ୟ ରହିପାରୁଛନ୍ତି । ରାୱତ କହିଛନ୍ତି ଯେ ଏବେ ଏହା ଏକ ଆରମ୍ଭ ମାତ୍ର । ଦେଶରେ ଯୁବପିଢ଼ିଙ୍କ ସଂଖ୍ୟା ବୃଦ୍ଧି ସହିତ ଅଧିକ ଲୋକ ଅନ୍ଲାଇନ ଡେଟିଂ ଚୟନ କରିବେ । ଯାହା ଫଳରେ ଏହାର କାରବାର ଖୁବଶୀଘ୍ର କୋଟି କୋଟି ଟଙ୍କାରେ ପହଞ୍ଚିବ ।  ଏହି ସର୍ଭେରେ ସାମିଲ ଥିବା ୨୦ ପ୍ରତିଶତ ଯୁବପିଢ଼ି କହିଥିଲେ ଯେ ସେମାନେ ବାହାଘର ସହିତ ଜଡିତ ଆପ୍ସ ବ୍ୟବହାର କରୁଛନ୍ତି । କାରଣ ସେମାନେ ଜୀବନସାଥୀ ଚାହୁଁଛନ୍ତି । ସେହିପରି ୧୦ ପ୍ରତିଶତ ଯୁବପିଢ଼ି କହିଥିଲେ ଯେ ଡେଟିଂ ବ୍ୟତୀତ ସେମାନେ ସାମାଜିକ ସମ୍ପର୍କ ଯୋଡ଼ିବା ଲାଗି ମ୍ୟାଚ୍ ମେକିଂ ଆପ୍ସ ବ୍ୟବହାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ