ଡେଟିଂ ଆପ୍ ମାଧ୍ୟମରେ ସାଥୀ ଖୋଜୁଛନ୍ତି ଯୁବପିଢ଼ି
ଆସୋଚାମ ସର୍ଭେ ମୁତାବକ ବଡ ସହରର ଅବିବାହିତ ଯୁବପିଢ଼ି ଏବେ ନିଜ ସାଥୀ ଖୋଜିବା ଲାଗି ମୋବାଇଲ ଡେଟିଂ ଆପ୍ଲିକେଶନ ଏବଂ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି । ଆସୋଚାମର ସୋସାଲ ମିଡିଆ ଶାଖା ୧ ଜାନୁଆରିରୁ ୧୦ ଜାନୁଆରି ମଧ୍ୟରେ ଦେଶର ୧୦ଟି ବଡ ସହରରେ ଏହି ସର୍ଭେ କରିଥିଲା । ମୁମ୍ବାଇ, କୋଲକାତା, ଦିଲ୍ଲୀ-ଏନ୍ସିଆର୍, ଲକ୍ଷେ୍ନø, ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନାଇ, ହାଇଦ୍ରାବାଦ ଏବଂ ଇନ୍ଦୋରରେ ୨୦ରୁ ସେମାନେ ନିଜକୁ ଏକୁଟିଆ ରଖିବାକୁ ପସନ୍ଦ କରୁଛନ୍ତି । ନିୟମିତ ମୋବାଇଲ ସ୍କ୍ରିନ୍ ଦେଖିବା ଦ୍ୱାରା ମୁଣ୍ଡ ଏବଂ ବେକବିନ୍ଧା ସହ ଆଖି ଉପରେ ପ୍ରଭାବ ପଡିଥାଏ । ବାରମ୍ବାର ଫୋନ୍ ଚେକ୍ କରିବା, ଅଧରାତିରେ ଉଠି ମେସେଜ୍ ଦେଖିବା, ମୋବାଇଲ୍ ଅନ୍ଲାଇନ୍ ଗେମ୍ ଖେଳିବା ଦ୍ୱାରା ଶରୀର ଉପରେ ବଡ଼ ପ୍ରଭାବ ପଡ଼ିଥାଏ । ଅନ୍ୟମାନଙ୍କଠାରୁ ଦୂରରେ ରହିବା, କଥାବାର୍ତ୍ତା କମ୍ କରିବା, ମନ ସବୁବେଳେ ବ୍ୟତିବ୍ୟସ୍ତ ରହିବା ଆଦି ଲକ୍ଷଣ ଏହି କାରଣରୁ ବୃଦ୍ଧି ପାଇଥାଏ । ଅନେକ ସମୟରେ ଏହା ଦ୍ୱାରା ମଣିଷ ମାନସିକ ଅବସାଦକୁ ଚାଲିଯାଇଥାଏ । ଏହିଭଳି ରୋଗର ବଡ଼ ଚିକିତ୍ସା ହେଉଛି ନିଜ ଉପରେ ନିୟନ୍ତ୍ରଣ ରଖିବା । ରୋଗୀଙ୍କୁ କାଉନ୍ସିଲିଂ କରିବା ଜରୁରୀ । ବେଳେବେଳେ ମାନସିକ ଅବସାଦ ଏତେ ମାତ୍ରାରେ ବଢ଼ିଯାଇଥାଏ ଯେ, ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥାଏ ।ତେଣୁ ପରିବାରର ଦାୟିତ୍ୱ ହେଉଛି ପିଲାମାନେ ଏହି ଧାରାରେ ଯିବାର ଦେଖିଲେ ତାଙ୍କୁ ତୁରନ୍ତ ଏଥିରୁ ବାରଣ କରିବା । ମା’ମାନଙ୍କର ଏହି କ୍ଷେତ୍ରରେ ବଡ଼ ଦାୟିତ୍ୱ ରହିଛି ।


