ଅନିୟମିତତା ଅଭିଯୋଗରେ ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି, (ୱାଇଏ୍‌ଏସ୍‌): ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ତରତରିଆ ଭାବେ ବଦଳୀ କରାଯାଇଥିବା ସୂଚନା ମିଳିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।ସିଡିପିଓ ଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ସୁରକ୍ଷା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ଦିଗପହଣ୍ଡି ବିଡ଼ିଓ ହଳଧର ଶବର ଙ୍କୁ ଅସ୍ଥାୟୀ ଭାବେ ସିଡିପିଓ ଦାୟିତ୍ଵ ଦିଆଯାଇଥିବା ଚିଠି ରେ ଉଲ୍ଲେଖ ରହିଛି।।ସୋମବାର ବିଡ଼ିଓ ସିଡିପିଓ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ମହାପାତ୍ର ଙ୍କୁ ଅଫିସ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ଵ ଭାର ଅର୍ପଣ କରାଯାଇଥିବା ଜଣାପଡିଛି। ଦିଗପହଣ୍ଡି ବ୍ଳକ କରପଡ଼ା ପଞ୍ଚାୟତ ଅଧୀନ ଗାଁ ମାନଙ୍କରେ ଗର୍ଭବତୀ,ପ୍ରସୂତି ଓ ଶିଶୁ ଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଣ୍ଡା ଯୋଗାଣ ରେ ଅନିୟମିତତା ହୋଇଥିବା ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସିଡିପିଓ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାସହ ବଦଳି କରିଥିବା ଜଣାପଡିଛି।ଦିଗପହଣ୍ଡି ବ୍ଳକ ର ପଞ୍ଜିକୃତ ଗର୍ଭବତୀ ଓ ପ୍ରସୂତି ମହିଳା ଙ୍କୁ ମାସିକ ୧୨ ଟି ଅଣ୍ଡା ବଦଳରେ ୫ ଟି ଅଣ୍ଡା ମିଳୁଥିବା ବେଳେ ପ୍ରାକ୍ ବିଦ୍ୟାଳୟରେ ପଞ୍ଜିକୃତ ଶିଶୁ ଙ୍କୁ ମାସିକ ୨୦ ଟି ଅଣ୍ଡା ବଦଳରେ ୬ ଟି ଅଣ୍ଡା ମିଳୁଥିବା ନେଇ ଏକ ନିର୍ଦ୍ଦିଷ୍ଟ ଇଲୋକ୍ଟ୍ରନିକ୍ସ ମିଡ଼ିଆ ରେ ଖବର ପ୍ରସାରଣ କରାଯାଇଥିଲା। ଏନେଇ ପ୍ରଶାସନିକ ତଦନ୍ତ ହେବା ପରେ ସିଡିପିଓ ଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ସିଡିପିଓ ଙ୍କୁ ପଚାରିବାରୁ ଅଣ୍ଡା ବଣ୍ଟନରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ