ସେ ଦିନର ମୀନା ଆଜି ରଙ୍ଗମିସ୍ତ୍ରୀ: ଦୁର୍ଦ୍ଦଶାରେ କଟୁଛି କଳାକାରର ଜୀବନ
ଜଗତସିଂହପୁର : (ଅଭିଷେକ ତ୍ରିପାଠୀ) “ନାଁ ଟା ତାହାଲେ ମୀନା”……………. ସାରେ…. ଭଲ ନାଚିଲ… ଆପଣଙ୍କ ଆଶୀର୍ବାଦ. ସାର. ସତେ ଯେମିତି ଗୋଟେ ଆଞ୍ଜେଲ….. ସ୍ୱର୍ଗର ଅପ୍ସରୀ….ଭଲ କୁ ଭଲ କହିବା କ´ଣ ଭୁଲ…..ମେକପ୍ ଆଉ କଷ୍ଟ୍ୟୁମ ଚେଞ୍ଜ କରିସାରିଲା ପରେ..ତମେ ତ ଆଉ ମୀନା ହୋଇ ନଥିବ ନାଁ……. ନାଁ ସାରେ… ଦୀର୍ଘ ତିରିଷବର୍ଷ ତଳର ଜଣେ ଯାତ୍ରା କଳାକାରର ସେହି ଡାଇଲଗ ଆଜିର ଯୁବପିଢିଙ୍କ ମନରେ ମନରଞ୍ଜନର ମାଧ୍ୟମ ପାଲଟିଛି.| ସାମାଜିକ ଗଣମାଧ୍ୟମ (ଟିକ ଟକ )ରେ. ତାଙ୍କରି କଣ୍ଠ ସ୍ୱରରେ ଅଭିନୟ କରି ଯୁବବର୍ଗ ଲୋକପ୍ରିୟତା ହାସଲ କରୁଥିବା ବେଳେ ଏବେ ଦୁର୍ଦଶା ରେ ଦିନ କାଟୁଛନ୍ତି ମୀନା ଚରିତ୍ର ରେ ଅଭିନୟ କରୁଥିବା ସେହି ପୁରୁଷ କଳାକାର ତିର୍ତୋଲ ବ୍ଲକ ର ଅନନ୍ତପୁର କୋତିଆ ପଟିଲୋ ପଞ୍ଚାୟତ ର ବଟକୃଷ୍ଣ ଜେନା ଜନତା ଗଣନାଟ୍ୟ ରେ ଦୀର୍ଘ କୋଡିଏ ବର୍ଷ ର ଅଭିନୟ କରିସାରିବା ପରେ. 1989ମସିହା ରେ ଵେଷ୍ଟ ହିରୋଇନି ଆୱାର୍ଡ ରାଜ୍ୟ ସରକାରଙ୍କ ଠାରୁ ପାଇଥିଲେ |ସେଦିନର ଲୋକପ୍ରିୟ ନାଟକ ସାଗୁଣା ବସିଛି ଡେଣା ମେଲାଇ ନାଟକ ରେ ଅଭିନୟ କରିଥିବା ପ୍ରଥମ ମୀନା ଭୂମିକା ରେ ଅଭିନୟ କରିଥିବା ବଟକୃଷ୍ଣ ଜେନା ଯାତ୍ରା ଜଗତରୁ ଅବସର ନେଇ ରଙ୍ଗ ମିସ୍ତ୍ରୀ ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ. ଆଜିଯାଏ ତାଙ୍କର କଳାକାର ଭତ୍ତା ନାଁ ଅନ୍ୟ କୌଣସି ସରକାରୀ ସୁବିଧା ଆଜିଯାଏଁ ମିଳିପାରିନାହିଁ.|ଲଗ ଡାଉନ ସମୟରେ କାମଧନ୍ଦା କିଛି କରିନପାରି ବଟକୃଷ୍ଣ ଦୁର୍ଦ୍ଦଶା ରେ ଦିନ ଅତିବାହିତ କରୁଥିବାବେଳେ|. ଜିଲ୍ଲା ପ୍ରଶାସନ ତାଙ୍କର କଳାକାର ଭତ୍ତା ଟିଏ କରିବା ପାଇଁ ସେ ଅନେକ ଦିନରୁ ଆବେଦନ କରିଥିବାବେଳେ ଏ ପର୍ଯ୍ୟନ୍ତ ତାଙ୍କର ହୋଇପାରିନାହିଁ. ଏଥିପ୍ରତି ସରକାର ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି |


