ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ନେହେରୁଙ୍କ ତିରୋଧାନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ପରିସରରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବହାରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ନେହେରୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଅନୁଷ୍ଠିତ ଏହି ତିରୋଧାନ ଦିବସ ପାଳନରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ସଭାପତିତ୍ୱ କରି ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ତାଙ୍କ ଦୃଢ ନେତୃତ୍ୱ ଏବଂ ତାଙ୍କ ଶାସନ ସମୟର ବିଭିନ୍ନ ସଫଳତା ବିଷୟରେ ଆଲୋଚନା କରିଥିଲେ । ତାଙ୍କ ପ୍ରେରଣାରେ ସମସ୍ତ କର୍ମୀ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସାମାଜିକ ଦୁରତାକୁ ଦୃଷ୍ଟିରେ ରଖି କିଛି କଂଗ୍ରେସ କର୍ମୀଙ୍କ ଗହଣରେ ଏହା ପାଳିତ ହୋଇଥିଲା । କଂଗ୍ରେସ ନେତା ବିଷ୍ଣୁ ପାଢୀ,ଇଶ୍ୱର ମାଝି,ବାବୁଲି ସାହୁ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ