ଏଚସିକ୍ୟୁ ବ୍ୟବହାର କରିବ ଭାରତ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ସିକ୍ଲୋରୋକୁଇନ (ଏଚସିକ୍ୟୁ) ର ବ୍ୟବହାର ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନିଷେଧାଦେଶ ଜାରି କରିଛି । ତେବେ ହୁ’ର ଏହି ନିଷେଧାଦେଶକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ହୁ’ର ନିଷେଧାଦେଶ ସତ୍ତ୍ୱେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏଚସିକ୍ୟୁର ବ୍ୟବହାର ଜାରି ରହିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)କହିଛି । ଆଇସିଏମଆରର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ଗତ ମାର୍ଚ୍ଚରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏଚସିକ୍ୟୁର ବ୍ୟବହାରକୁ ଅନୁମୋଦନ କରାଯାଇଛି । ଏହା ଭୂତାଣୁ ପ୍ରତିରୋଧକ ଭାବେ କାର୍ଯ୍ୟ କରୁଛି । ଏହାର ବ୍ୟବହାର ଦ୍ୱାରା ସେପରି ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉନାହିଁ ବୋଲି ମଙ୍ଗଳବାର ଡାକ୍ତର ଭାଗର୍ବ କହିଛନ୍ତି । ଏପରିକି କରୋନା ଭୂତାଣୁର ପ୍ରତିଷେଧକ ଭାବେ ସଂକ୍ରମଣ ଆଶଙ୍କାରେ ଥିବା ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଅର୍ଦ୍ଧସାମରିକ ବାହିନୀକୁ ଏଚସିକ୍ୟୁ ଦେବା ଲାଗି ଆଇସିଏମଆର ପରାମର୍ଶ ଦେଇଛି । କେବଳ ଭାରତ ନୁହେଁ ଆମେରିକା ସହିତ ଅନ୍ୟ ରାଷ୍ଟ୍ର ମଧ୍ୟ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏଚସିକ୍ୟୁର ବ୍ୟବହାରକୁ ଅନୁମୋଦନ କରିବା ସହିତ ଭାରତରୁ ଏହି ଔଷଧ ବ୍ୟାପକ ପରିମାଣରେ ଆମଦାନୀ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ