ନାଉଗାଁରେ ବନ ମହୋତ୍ସବ ସପ୍ତାହ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଂଚାୟତସ୍ଥିତ ଓଷକଣା ଗ୍ରାମର ଗ୍ରୀନ୍ ଫ୍ରେଣ୍ଡସ କ୍ଲବ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋସ୍ରବରେ ସମାଜସେବୀ ବିଭୁତି ଭୂଷଣ ତ୍ରିପାଠୀ ଯୋଗ ଦେଇ ଅନ୍ତତଃ ଗୋଟିଏ ବୃକ୍ଷ ନିଜ ନିଜ ଦାୟିତ୍ୱରେ ରୋପଣ କରିବାର ସଂକଳ୍ପ କରାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ ମହୋସ୍ରବରେ କ୍ଲବ ସଦସ୍ୟ ପପୁ ଭୋଇ, ଚନ୍ଦନ ଭଞ, ପ୍ରକାଶ ଜେନା,ବିଜୟ ଭୋଇ, ସୂର୍ଯ୍ୟକାନ୍ତ ଭୋଇ, ଅଙ୍ଗଦ ସେଠୀ ପ୍ରମୂଖ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ଏଥିରେ ନଡିଆ,ଅଶ୍ୱତ୍ଥ,ଲିମ୍ବ ଆଦି ପ୍ରଜାତିର ଗଛ ରୋପଣ କରାଯାଇଥିଲା ।


