ଓଡ଼ିଆ ଆଇଏଏସ୍ ମୀରା ମହାନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ନିଯୁକ୍ତ
ନୂଆଦିଲ୍ଲୀ: ୨୦୨୧ ମେ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନର ରହିଥିବା ୨୦୦୫ର ହିମାଚଳପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ମୀରା ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମୀରା ମହାନ୍ତିଙ୍କ ନିଯୁକ୍ତିକୁ ନେଇ ଅନୁମୋଦନ ପ୍ରଦାନ କରିଛି। ମେ ୨୦୧୪ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ମୀରା ମହାନ୍ତି ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ନିର୍ଦେଶିକା ଭାବେ ଅବସ୍ଥାପିତ ଅଛନ୍ତି। ସେହିପରି ଅନ୍ୟ ଜଣେ ଓଡ଼ିଆ ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀଙ୍କୁ କ୍ୟାବିନେଟ ସଚିବାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଆଜି ଅନୁମୋଦନ ପ୍ରଦାନ କରିଛି। ୨୦୨୨ ଜୁଲାଇ ୨୯ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନର ରହିବ ୨୦୦୮ର ନାଗାଲାଣ୍ଡ କ୍ୟାଡର ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀ ବର୍ତ୍ତମାନ ଡିଓପିଟିରେ ଡେପୁଟି ସେକ୍ରେଟାରୀ ପଦରେ ଅବସ୍ଥାପିତ ଅଛନ୍ତି।


