ତିନି ମୃତକଙ୍କ ପରିବାରଙ୍କୁ ବିଧାୟକଙ୍କ ଆର୍ଥିକ ସହାୟତା,ବିଦ୍ୟା ମନ୍ଦିର ପକ୍ଷରୁ ମଧ୍ୟ ସହାୟତା

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମର ସ୍ୱର୍ଗତ ଡାକ୍ତର ଦିହୁଡ଼ିଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଏଥି ପୂର୍ବରୁ ଡାକ୍ତର ଦିହୁଡ଼ିଙ୍କ ଚିକିତ୍ସା ପାଇଁ ବିଧାୟକ ଶ୍ରୀ ସାହୁ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ରେଡକ୍ରସ ପାଣ୍ଠିରୁ ମଧ୍ୟ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାରେ ସହଯୋଗ କରିଥିଲେ। ଏଥି ସହିତ ପୋଲସରା ବ୍ଲକର ଖଇରଚଟା ଗ୍ରାମର ସିଲୁ ଜେନା ସୁରାଟ ରେଳ ଷ୍ଟେସନରେ ମୃତ୍ୟୁ ବରଣ କରିଥିବା ବେଳେ ୨୮ ତାରିଖ ଦିନ ମୃତକଙ୍କ ପରିବାରକୁ ଭେଟି ଶୋକକୁଳ ପରିବାରକୁ ସ୍ୱନ୍ତନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକର ଧୋୟାକଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ ୨୯ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ମଇ ୩୦ ତାରିଖ ସ୍ୱର୍ଗତ ଜିତେନ୍ଦ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏହି ପରି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀମାନେ ଭୂରି ଭୂରି ପ୍ରସଂଶା କରିବା ସହ ଏହିପରି ଜଣେ ବିଧାୟକ ଓଡ଼ିଶାରେ ବିରଳ ବୋଲି ପ୍ରକାଶ କରିଛନ୍ତି। ସେହିପରି ମାଣିତରା ମା ସରସ୍ଵତୀ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ପାଦକ ପୀତାମ୍ବର ପଣ୍ଡା ଓ ଉପଦେଷ୍ଟା ସନତ କୁମାର ବିଶ୍ୱାଳ ଉଭୟେ ମଙ୍ଗରାଜପୁର ଯାଇ ସ୍ୱର୍ଗତ ଡାକ୍ତର ଦିହୁଡ଼ିଙ୍କ ପରିବାରଙ୍କୁ ୨୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଥିଲେ । ଏଥିସହ ବୁଗୁଡା ପ୍ରେସ କ୍ଳବ ପକ୍ଷରୁ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା ମଧ୍ୟ ସ୍ୱର୍ଗତ ଡାକ୍ତରଙ୍କ ଧର୍ମପତ୍ନୀ ଝିଲି ଦିହୁଡ଼ିଙ୍କ ବୁଗୁଡା ଇଣ୍ଡିଆନ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ପ୍ରେରଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ